ସାପ୍ତାହିକ ଭାଗବତ ପାରାୟଣ ଉଦ୍ଯାପିତ
କେନ୍ଦୁଝରଗଡ଼ : କେନ୍ଦୁଝର ସହର ଉପକଣ୍ଠ ବେଲଦା (ସରାସ) ଗ୍ରାମରେ ଶ୍ରୀ ରାଧାରମଣ ଭାଗବତ ଟୁଙ୍ଗୀରେ ଜଗନ୍ନାଥ ଦାଶ ଜୟନ୍ତୀ ଗତ ୨୩ ତାରିଖରୁ ଆରମ୍ଭ ହୋଇ ସପ୍ତାହବ୍ୟାପୀ ଅନୁଷ୍ଠିତ ଭାଗବତ ପାରାୟଣ ଇନ୍ଦୁ ପୂର୍ଣ୍ଣିମା ତିଥୀରେ ଗତକାଲି ଉଦ୍ଯାପିତ ହୋଇଯାଇଛି । ଶନିବାର ସାଧୁ ମାନଙ୍କ ଦ୍ୱାରା ପୂର୍ଣ୍ଣାହୁତି ପରେ ଏହି ସାପ୍ତାହିକ ଭାଗବତ ପାରାୟଣ ଉଦଯାପିତ ହୋଇଥିଲା। ଉଦ୍ଯାପନୀ ପର୍ବ ଅବସରରେ ଭାଗବତ ସତ୍ସଙ୍ଗ ଅନୁଷ୍ଠିତ ହୋଇଥିବା ବେଳେ ଆଖପାଖ ଅଞ୍ଚଳର ବହୁ ଭାଗବତପ୍ରେମୀ ଏଥିରେ ଯୋଗ ଦେଇଥିଲେ। କେନ୍ଦୁଝର ଜିଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥୀ ପ୍ରଧାନ ମୁଖ୍ୟଅତିଥି, ଉପଦେଷ୍ଟା ଭଜମନ ବେହେରା, ଭାଗବତ ପ୍ରଚାରକ ଗୋବିନ୍ଦ ପଟ୍ଟନାୟକ, ସଦର ବ୍ଲକ ସଭାପତି ପ୍ରସନ୍ନ ଦାସ, ଭାଗବତ ଭକ୍ତ ଭୁବନାନନ୍ଦ ନାୟକ, ପ୍ରସନ୍ନ କୁମାର ଲେଙ୍କା, ତପନ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିôତ ଭାବେ ଯୋଗଦେଇ ଭାଗବତ ଜନ୍ମବୃତ୍ତାନ୍ତ ସମ୍ପର୍କରେ ଆଲୋକପାତ କରିଥିଲେ। ଟୁଙ୍ଗୀ ଉପଦେଷ୍ଟା ଆକୁଳି ଚରଣ ଚକ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଟୁଙ୍ଗୀ ସଦସ୍ୟ ବିଷ୍ଣୁଚରଣ ଦାସ, ଜନାର୍ଦ୍ଦନ ନାଏକ, ଗଦାଧର ପରିଡା, ନିଶାକର ନାଏକ, ଅରୁଣ କୁମାର ସ୍ୱାଇଁ, ରବୀନ୍ଦ୍ର କୁମାର ସ୍ୱାଇଁ, ହରେକୃଷ୍ଣ ପଣ୍ଡା, ଶିବପ୍ରସାଦ ନାହାକ ପ୍ରମୁଖ ସହଯୋଗ କରିଥିଲେ।
Comments are closed.