www.samajalive.in
Sunday, December 7, 2025
23.1 C
Bhubaneswar

ଉପଜିଲ୍ଲାପାଳଙ୍କ ଅଚାନକ ଚଢାଉ ; ସିଲ୍‌ ହେଲା କ୍ଳିନିକ

ମୋହନା : ଗଜପତି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣାଙ୍କ ସହିତ ଜିଲ୍ଲା ମେଡିକାଲ୍‌ ଭିଜିଟାଲ ଟିମ୍ ମିଳିତଭାବେ ଚାନ୍ଦିପୁଟରେ ଚାଲିଥିବା ଏକ ଘରୋଇ କ୍ଳିନିକକୁ ସିଲ୍‌ କରିବା ସହ କ୍ଳିନିକ ମାଲିକଙ୍କ ଠାରୁ ଏକ ଚୁକ୍ତିନାମାପତ୍ର ସ୍ଵାକ୍ଷର କରିନେଇଥିବା ଜଣାପଡିଛି। ପ୍ରକାଶଥାଉ କି କିଛି ବର୍ଷ ହେଲା ଚାନ୍ଦିପୁଟ ଗ୍ରାମର ସିଏଚ.ହରିଶଙ୍କର ପୃଷ୍ଟି ବେଆଇନ୍‌ ଭାବେ ସରକାରୀ ସ୍ୱୀକୃତି ଓ ପଞ୍ଜିକରଣ ନ ଥାଇ ଏକ କ୍ଳିନିକ ଚଲାଉଥିଲେ। ବିଶେଷ ସୁତ୍ରରୁ ଅଭିଯୋଗ ପାଇ ଉପଜିଲ୍ଲାପାଳ ଶ୍ରୀ ପଣ୍ଡା, ଜିଲ୍ଲା ମେଡିକାଲ୍‌ ଅଧିକାରୀ ପ୍ରମୋଦ କୁମାର ପଣ୍ଡା , ଡ୍ରଗସ୍‌ ଇନିସ୍‌ପେକ୍ଟର ପ୍ରଦିପ ସାହୁ, ମୋହନା ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା, ସ୍ଵାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ, ତ୍ରିଶୁଳ ସେନାପତି ଏହି ଚ଼ଢ଼ାଉରେ ସାମିଲ୍ ଥିଲେ । କ୍ଳିନିକରେ ବେଆଇନଭାବେ ରଖାଯାଇଥିବା କିଛି ଔଷଧ ପ୍ୟାକେଟକୁ ଜବତ କରିଥିଲେ। ସରକାରଙ୍କ ସ୍ବୀକୃତୀ ନ ଥାଇ ସ୍ଥାନୀୟ ବ୍ଳକର ବିଭିନ୍ନ ପଞ୍ଚାୟତରେ ବେଆଇନ ଭାବେ କ୍ଲିନିକ ସବୁ ଛତୁଫୁଟିଲା ଭଳି ଖୋଲାଯାଇଥିବା ଦେଖିବାକୁ ମିଳୁଛି। ପ୍ରସାଶନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories