www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ ସଂକ୍ରମଣକୁ ପ୍ରତିହତ କରୁଛି କ୍ଲେବିରା

ଭାରତ ସରକାରଙ୍କ ନିୟାମକ ଦ୍ୱାରା ହାଲୁକାରୁ ମଧ୍ୟମ କରୋନା ସଂକ୍ରମଣର ସହାୟକ ଚିକିତ୍ସା ପାଇଁ ଅନୁମୋଦନ
ଚେନ୍ନଇ: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ଅମ୍ଳଜାନ ଏବଂ ଡାକ୍ତରଖାନାରେ ଚିକିତ୍ସା ପାଇଁ ଶଯ୍ୟାର ଘୋର ଅଭାବ ଦେଖାଦେଇଛି। ଏଭଳି ଏକ ପରିସ୍ଥିତିରେ ଆଶାର ସଂଚାର କରିଛି ଆପେକ୍ସ ଲାବୋରେଟୋରିଜ ଦ୍ୱାରା ପ୍ରସ୍ତୁତ ଏକ ଔଷଧ। ନିଜର ସର୍ବାଧୁନିକ ଗବେଷଣା ଏବଂ ନବୋନ୍ମେଷ ପାଇଁ ପରିଚିତ ଚେନ୍ନଇସ୍ଥିତ ଏକ ଔଷଧୀୟ କମ୍ପାନୀ ଆପେକ୍ସ ଲାବୋରେଟୋରିଜ ପ୍ରାଇଭେଟ ଲିମିଟେଡ ଏହି ଭୂତାଣୁ ନିରୋଧୀ ହର୍ବାଲ ଫର୍ମୁଲେସନ କ୍ଲେବିରା ପ୍ରସ୍ତୁତ କରିଛି। କ୍ଲେବିରାକୁ ମୁଖ୍ୟତଃ ୨୦୧୭ରେ ଡେଙ୍ଗୁ ରୋଗୀଙ୍କର ଚିକିତ୍ସା ପାଇଁ ବିକଶିତ କରାଯାଇଥିଲା। ଗତବର୍ଷ ଦେଶରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିପାଇବା ପରେ ଏହାକୁ ହାଲୁକାରୁ ମଧ୍ୟମ ଧରଣର କୋଭିଡ ଲକ୍ଷଣର ଚିକିତ୍ସା ପାଇଁ ପୁନଃପ୍ରସ୍ତୁତ କରାଯାଇଥିଲା। ଏହି ଉତ୍ପାଦ ସମଗ୍ର ଭାରତରେ ଉପଲବ୍ଧ ହେଉଛି। ଜଣାଯାଇଛି ଯେ ୨୦୨୦ ମେ-ଜୁନରେ ୧୦୦ ଲୋକଙ୍କ ଠାରେ ଏହାର କ୍ଲିନିକାଲ ପରୀକ୍ଷଣ କରାଯାଇଥିଲା ଏବଂ ତାହାର ଫଳାଫଳ ବେଶ୍‍ ପ୍ରଭାବୀ ଥିଲା। ଏହାକୁ କରୋନାର ଚିକିତ୍ସା ପାଇଁ ଡାକ୍ତରଙ୍କ ଦ୍ୱାରା ପରାମର୍ଶ ଦିଆଯାଉଥିବା ଅନ୍ୟାନ୍ୟ ଔଷଧ ସହିତ ସେବନ କରାଯାଇପାରିବ। ଏହା ସହାୟକ ଚିକିତ୍ସା ଭାବରେ ବିବେଚିତ ହେଉଛି। କିଡନି ଏବଂ ଲିଭର ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ନିରାପଦ ବୋଲି କୁହାଯାଇଛି।
କ୍ଲେବିରା ବଟିକା ଦ୍ୱାରା ଚିକିତ୍ସା ଫଳରେ ୮୬% ରୋଗୀ ୫ ଦିନ ମଧ୍ୟରେ କୋଭିଡ-୧୯ ଆରଟିପିସିଆର ପରୀକ୍ଷାରେ ସଂକ୍ରମଣମୁକ୍ତ ହୋଇଥିବା ଏବଂ ୧୦୦% ରୋଗୀ କୋଭିଡ-୧୯ ଆରଟିପିସିଆର ପରୀକ୍ଷାରେ ୧୦ମ ଦିନ ସଂକ୍ରମଣମୁକ୍ତ ହୋଇଥିବା ଜଣାଗଲା। କୋଭିଡ୧୯ର ଲକ୍ଷଣରେ ଚିକିତ୍ସାଗତ ଉନ୍ନତି ୪.୧ ଦିନରେ ପରିଲକ୍ଷିତ ହୋଇଥିଲା। ଏହି ଭୂତାଣୁ ନିରୋଧୀ ଔଷଧ ଡବ୍ଲୁବିସି, ପ୍ଲେଟଲେଟ ଏବଂ ଲିମ୍ଫୋସାଇଟ କାଉଣ୍ଟ ପରିମାଣ ଏକ ସ୍ୱାଭାବିକ ସ୍ତର ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ଘଟାଇବା ସହିତ ଭାଇରାଲ ଲୋଡ ହ୍ରାସ କରୁଛି, ତେଣୁ ସମସ୍ତ ଲକ୍ଷଣରୁ ସୁସ୍ଥ ହେବା ପ୍ରକ୍ରିୟା ଯଥେଷ୍ଟ ଦ୍ରୁତତର ହେଉଛି। ଏହାକୁ କୋଭିଡ-୧୯ ପଜିଟିଭ ରୋଗୀ ଏବଂ ସମ୍ମୁଖଭାଗ ସ୍ୱାସ୍ଥ୍ୟସେବା କର୍ମୀଙ୍କ ପ୍ରାଥମିକ ସଂସର୍ଗର ଚିକିତ୍ସା ନିମନ୍ତେ ପ୍ରତିଷେଧମୂଳକ ଚିକିତ୍ସା ଭାବରେ ବ୍ୟବହାର କରାଯାଇପାରିବ।
ଏହାର କ୍ଲିନିକାଲ ପରୀକ୍ଷା ଫଳାଫଳ ତାମିଲନାଡୁ ସରକାର, ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଏବଂ ଆୟୁଷ ମନ୍ତ୍ରଣାଳୟ ନିକଟରେ ୨୦୨୦ରେ ଦାଖଲ କରାଯାଇଥିଲା। ବ୍ୟାପକ ଯାଞ୍ଚ ଏବଂ ଆଲୋଚନା ପରେ ଏହି ଔଷଧ ଭାରତ ସରକାରଙ୍କ (ଆୟୁଷ) ନିୟାମକଙ୍କ ଦ୍ୱାରା ହାଲୁକାରୁ ମଧ୍ୟମ କୋଭିଡ-୧୯ ଲକ୍ଷଣର ଚିକିତ୍ସା କ୍ଷେତ୍ରରେ ଏକ ସହାୟକ ପ୍ରୟାସ ଭାବରେ ବ୍ୟବହାର କରାଯିବାନୁ ଅନୁମୋଦନ ଲାଭ କରିଛି। କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ ଏବଂ ଏମ୍ସର ଫାର୍ମାକୋଲୋଜି ବିଭାଗର ପୂର୍ବତନ ପ୍ରଫେସର ଡା.ଏସ କେ ମୋୖଲିକଙ୍କ ନେତୃତ୍ୱରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଗଠିତ ୧୨ ସଦସ୍ୟ ବିଶିଷ୍ଟ ବୈଷୟିକ କମିଟି ଦ୍ୱାରା ବହୁସ୍ତରୀୟ ଯାଞ୍ଚ ଜରିଆରେ ଏହା ଏହି ଧରଣର ପ୍ରଥମ ଅନୁମୋଦନ ଲାଭ କରିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories