www.samajalive.in
Friday, December 12, 2025
26.1 C
Bhubaneswar

ଗ୍ରେଡ ପେ’ ପାଇଁ ଜିଲ୍ଲା ଅମଲା ସଂଘର ଦାବିପତ୍ର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅମଲା ସଂଘର ସଭାପତି ଦେବ ମହାନ୍ତିଙ୍କ ନେତୃତ୍ୱରେ ବ୍ଲକର ସରକାରୀ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟରତ କନିଷ୍ଠ କିରାଣି ମାନଙ୍କୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ପ୍ରମୋଦ ମେହେରଙ୍କ ଜରିଆରେ ମୁଖ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ୧୯୦୦ ଗ୍ରେଡ ପେ’ ବଦଳରେ ୪୨୦୦ ଗ୍ରେଡ ଦିଆଯାଉ ବୋଲି ଏହି ଦାବି ପତ୍ରରେ ଉଲ୍ଲେଖ ରହିଛି। ଯଦି ଏହି ଦାବି ପୂରଣ ନ ହୁଏ ତେବେ ଆସନ୍ତା ୨୧ ତାରିଖରେ କଳା ବ୍ୟାଚ ପରିଧାନ କରିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହା ସତ୍ତ୍ଵେ ମଧ୍ୟ ଯଦି ସରକାର ତାଙ୍କର ଦାବି ପୂରଣ ନ କରନ୍ତି ,ତେବେ ଜୁନ ପହିଲାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି। ଏହି ଦାବି ପତ୍ର , ଅତାବିରା ସିଡି ପିଓ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ଭାରପ୍ରାପ୍ତ ତହସିଲଦାର ରଞ୍ଜନ ଦାସ, ଗୋଷ୍ଠୀ  ସ୍ବାସ୍ଥ୍ୟ କେନ୍ଦ୍ର ଇନ୍ ଚାର୍ଜ ରବି ନାରାୟଣ ମିଶ୍ର, ଟ୍ରେଜେରି ରକ୍ଷକ ପ୍ରମୁଖଙ୍କୁ ମଧ୍ୟ ପ୍ରଦାନ କରାଯାଇଥିବା ସଂଘ ପକ୍ଷରୁ ସୂଚନା ରହିଛି । ସଂଘର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ମଧୁସୂଦନ ଭୋଇ, ଧନଞ୍ଜୟ କଠାର, ନିରଞ୍ଜନ ପ୍ରଧାନ, ଖଗେଶ୍ବର ଅମାନ୍ତ, ନିବେଦିତା ନାଏକ, ଚିତ୍ରପ୍ରତିମା ଧାନି ଫାଲସା,ଋଷି ସାହୁ, କୁବେର ମାଝୀ ପ୍ରମୁଖ ଦାବି ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories