www.samajalive.in
Friday, December 12, 2025
26.1 C
Bhubaneswar

ଡାବରୀ ଗ୍ରାମରେ ଅଭାବନୀୟ ଘଟଣା : ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ହିଆଲ ଗ୍ରାମ ପଞ୍ଚାୟତର ଡାବରୀ  ଗ୍ରାମରେ ସ୍ତ୍ରୀର ମୃତ୍ୟୁ ପରେ, ସ୍ୱାମୀ ନିଜର ମାନସିକ ଭରସାମ୍ୟ ହରାଇ ଗଛରେ ରସିଲଗାଇ  ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସ୍ୱାମୀ ଗୋଧନ ମଲ୍ଲିକ ରୋଗ ଗ୍ରସ୍ତ ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ଦୁଶ୍ଚିନ୍ତାରେ ନିଜର ଭରସାମ୍ୟ ହରାଇ  ଚାଷ ଜମିରେ ଥିବା ଏକ ଗଛରେ ବେକରେ ଗାମୁଛା ଓ ଦଉଡି ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି ।
ସୂଚନା ଅନୁଯାୟୀ, କିଡନି ଜନିତ ରୋଗରେ ଆକ୍ରାନ୍ତ ଥିବା ସ୍ତ୍ରୀ ଚନ୍ଦ୍ରକଳା (୩୨)ଙ୍କର ସେ ଚିକିତ୍ସା କରାଉଥିଲେ। ବହୁ ଅର୍ଥ ଖର୍ଚ୍ଚ କରି ମଧ୍ୟ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ଯାହା ରୋଜଗାର କରୁଥିଲେ, ସ୍ତ୍ରୀର ଚିକିତ୍ସାରେ ଖର୍ଚ୍ଚ କରୁଥିଲେ । ଏହି ଦୁଃଖରେ ଭାଙ୍ଗି ଯାଇ ରାତ୍ରିରେ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ପାହାନ୍ତିଆରେ ସ୍ୱାମୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି । ଗୋଧନଙ୍କ ଆଗ ଧର୍ମ ପତ୍ନୀ ମଧ୍ୟ ରୋଗ ଗ୍ରସ୍ତ ହୋଇ ମୃତ୍ୟୁ ପରେ ତାଙ୍କର  ଏକ ୧୪ ବର୍ଷୀୟା ଝିଅ ଥିଲା ଓ ମା’ର ମୃତ୍ୟୁ ପରେଏକମାତ୍ର ଝିଅ ମାମୁ ଘରେ ରହୁଛି । ଗତ ୨ ବର୍ଷ ତଳେ ଗୋଧନ ମଲ୍ଲିକ ହିଆଲ ଗାଁ ରେ ଚନ୍ଦ୍ରକଳାଙ୍କୁ ଦ୍ଵିତୀୟ ବିବାହ କରି ଜୀବନ ଯାପନ କରୁଥିଲେ। ସକାଳୁ ଗ୍ରାମବାସୀ ଗୋଧନ  ଆତ୍ମହତ୍ୟା କରିଥିବା ଘଟଣା ଦେଖି କଣ୍ଟାବାଞ୍ଜି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା ପୁଲିସ ଦଳ ସହ ଡାବରୀ ଗାଁ ମଲ୍ଲିକ ପଡ଼ାରେ  ପହଞ୍ଚି ଗୋଧନ ମଲ୍ଲିକ ଓ ସ୍ତ୍ରୀ ଚନ୍ଦ୍ରକଳା ଶବ ଜବତ କରି ତଦନ୍ତ ଚଳାଇଛନ୍ତି।  ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ   ଶବ କଣ୍ଟାବାଞ୍ଜି ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ସହ,୨ଟି ପୃଥକ ଅପ ମୃତ୍ୟୁ ମାମଲା ରୁଜୁ କରିଥିବା ପୁଲିସ ସୂତ୍ରରୁ ଜଣା ପଡିଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories