www.samajalive.in
Friday, December 12, 2025
27.1 C
Bhubaneswar

‘ସମାଜ’ରେ ଖବର ପ୍ରକାଶ ପରେ ପାଣି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ

ମୋହନା : ସ୍ଥାନୀୟ ବ୍ଳକର ଲୁଣ୍ଡୁଦୁଆ, ବିଜୟପୁର ଓ ବେତାଗଣ୍ଡା ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଥିବାରୁ ସେଠାକାର ଲୋକେ ନଦୀ, ଚୂଆଁ, କୂଅଁ ଓ ନଳକୂପର ଦୂଷିତ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ । ଏହି ଖବର ଦୈନିଜ ‘ସମାଜ’ ଖବରକାଗଜରେ ପ୍ରକାଶ ହେବାପରେ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିକାଶ କୁମାର ପତିଙ୍କ ନିର୍ଦ୍ଦେଶରେ ତତ୍‌କ୍ଷଣ ପଦକ୍ଷେପ ନିଆଯାଇଥିଲା । କର୍ଚ୍ଚବାଡି ପଞ୍ଚାୟତ ଅଧିନ ଲୁଣ୍ଡୁଦୁଆ ଗ୍ରାମକୁ ଆରଡବ୍ଲ୍ୟୁଏସଏସ ସହକାରୀ ଯନ୍ତ୍ରୀ ପଦ୍ମନାଭ ଖଣ୍ଡେଇ, ପିଇଓ ସୋମେଶ ପରିଚ୍ଛା ଓ କର୍ମଚାରୀମାନେ ପରିଦର୍ଶନରେ ଯାଇ ପାଇପ ଲାଇନ ବିଛାଇବା ସହିତ ମେଗା ପ୍ରୋଜେକ୍ଟ ମାଧ୍ୟମରେ ପ୍ରତ୍ୟକ ଘରକୁ ପାଇପ ଲାଇନ ସଂଯୋଗ କରାଯିବ ଓ ଅଳ୍ପ ଦିନ ମଧ୍ୟରେ ଏକ ନଳକୂପ ଖନନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ।
ସେହିପରି ମୋହନା ପଞ୍ଚାୟତ ଅଧିନ ବିଜୟପୁର ଗ୍ରାମରେ ନୂତନ ନଳକୂପ ବସାଯାଇଛି । ବିଭାଗ ପକ୍ଷରୁ ଗୁରୁଝୋଳି ପଞ୍ଚାୟତ ଅନ୍ତର୍ଗତ ବେତାଗଣ୍ଡା ଗ୍ରାମରେ ପାନୀୟ ଜଳର ସମସ୍ୟା ଦୂର କରିବା ପାଇଁ ସେଠାରେ ଖରାପ ହୋଇ ଦୀର୍ଘଦିନ ହେଲା ପଡିରହିଥିବା ୨ଟି ନଳକୂପକୁ ମରାମତି କରାଯାଇ କାର୍ଯ୍ୟକ୍ଷମ  କରାଯାଇଛି । ଖବର ପ୍ରକାଶିତ ହେବାପରେ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଗ୍ରାମବାସୀମାନେ ଆମ ମୋହନା ବ୍ଲକ ପ୍ରତିନିଧି ଓ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories