www.samajalive.in
Saturday, December 6, 2025
14.1 C
Bhubaneswar

ବାଲେଶ୍ଵରରେ ଗୋରୁ ମାଫିଆ-ଗ୍ରାମବାସୀ ସଂଘର୍ଷ, ପ୍ରତିବାଦରେ ରାସ୍ତାରୋକୋ

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ଵର ଜିଲାରେ ମାତିଛନ୍ତି ଗୋରୁ ମାଫିଆ। ଏହାକୁ ନେଇ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶ୍ରୀଜଙ୍ଗ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବୁଧବାର ବିଳମ୍ବିତ ରାତିରେ ଗୋରୁ ମାଫିଆ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଗୋରୁ ମାଫିଆମାନେ ୧୦ଟି ବାଇକ ଏବଂ ଗୋଟିଏ କାରକୁ ଭାଙ୍ଗି ଦେଇଛନ୍ତି। ପ୍ରତିବାଦରେ ଗ୍ରାମବାସୀମାନେ ରାସ୍ତାରୋକୋ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବୁଧବାର ରାତିରେ ଏକ ଗୋରୁ ବୋଝେଇ ଟ୍ରକ ଶ୍ରୀଜଙ୍ଗ ଦେଇ ଯାଉଥିଲା। ଗାଡ଼ିଟି ରାସ୍ତାପାର୍ଶ୍ବସ୍ଥ ଏକ ଦୋକାନ ଉପରେ ଚଢ଼ିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ଫଳରେ ଗୋରୁ ବୋଝେଇ ଗାଡ଼ିକୁ ସୁରକ୍ଷା ଦେଉଥିବା ମାଫିଆମାନେ ଗ୍ରାମବାସୀଙ୍କୁ ବନ୍ଧୁକ ଏବଂ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ। ଏହାକୁ ନେଇ ଗୋରୁ ମାଫିଆ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ଗଣ୍ଡଗୋଳ ଘଟିବାରୁ ଗୋରୁ ମାଫିଆମାନେ ଗାଡ଼ିମୋଟର ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଗୁରୁବରା ସକାଳେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ। ଖବରପାଇ ଖନ୍ତାପଡ଼ା ଥାନା ପୁଲିସ, ସଦର ଥାନା ପୁଲିସ ଏବଂ ଟାଉନ ଥାନା ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories