www.samajalive.in
Saturday, December 6, 2025
23.1 C
Bhubaneswar

ସିବିଆଇକୁ ପ୍ରଧାନ ବିଚାରପତିଙ୍କ ପରାମର୍ଶ: ଦେଶ ବିରୋଧୀ ଅପରାଧ ଉପରେ ଫୋକସ କର

ନୂଆଦିଲ୍ଲୀ: ଦେଶରେ ସିବିଆଇ ସମେତ ଅନୁସନ୍ଧନକାରୀ ସଂସ୍ଥା ଗୁଡିକର କାର୍ଯ୍ୟ ପ୍ରଣାଳୀ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଏକ ବଡ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏଜେନ୍ସିର ପ୍ରସାର ବହୁତ କମ। ସେମାନେ ଜାତୀୟ ସୁରକ୍ଷା ଓ ଦେଶ ବିରୋଧୀ ଅପରାଧ ଉପରେ ଫୋକସ କରିବା ଆବଶ୍ୟକ। ଅନୁସନ୍ଧନକାରୀ ସଂସ୍ଥା ସେହି ଅପରାଧ ଉପରେ ଧ୍ୟାନ ଦେବା ଜରୁରୀ। ସୋମବାର ସିବିଆଇର ପ୍ରତିଷ୍ଠା ଦିବସରେ ପ୍ରଧାନ ବିଚାରପତି କହିଛନ୍ତି ଆଜି ଦେଶର ପ୍ରମୁଖ ଅନୁସନ୍ଧନକାରୀ ସଂସ୍ଥା କେବଳ ସେହି ମାମଲାଗୁଡିକ ଉପରେ ଧ୍ୟାନ ଦେବା ଉଚିତ। ଯେଉଁଥିରେ ଜାତୀୟ ସୁରକ୍ଷା, ଦେଶ ବିରୋଧୀ ଅପରାଧ ଓ ଜନସାଧାରଣଙ୍କ ପାଇଁ ସବୁଠାରୁ ବଡ ବିପଦ ରହିଛି। ଦୁର୍ନୀତି ନିବାରଣ ଏଜେନ୍ସି ଭାବେ ଏହାର ଭୂମିକା ବ୍ୟତୀତ ବିଭିନ୍ନ ଅପରାଧିକ ମାମଲାର ତଦନ୍ତ କରିବାକୁ ସିବିଆଇକୁ କୁହାଯାଉଛି। ସମସ୍ତଙ୍କ ଆଶା ଅନୁଯାୟୀ ସିବିଆଇକୁ ଏହି ଦାୟିତ୍ୱ ଠିକ ଭାବେ ସମ୍ପାଦନ କରିବାକୁ ଅନେକ ଗୁରୁଦାୟିତ୍ୱ ନିର୍ବାହ କରିବାକୁ ପଡ଼ୁଛି। କିନ୍ତୁ ଏହାର ସୀମିତ ପରିସର ହେତୁ ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ କେବଳ ଜାତୀୟ ସୁରକ୍ଷା ସହ ଜଡ଼ିତ ମାମଲା ଉପରେ ଧ୍ୟାନ ଦେବା ଆବଶ୍ୟକ। ପ୍ରତ୍ୟେକ ମାମଲା ସିବିଆଇକୁ ହସ୍ତାନ୍ତର କରିବା ଠିକ ନୁହେଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories