www.samajalive.in
Saturday, December 13, 2025
23.1 C
Bhubaneswar

ବିଚିତ୍ର ନୀତି ; ଛୁଟି ଦିବସରେ ସିଟିବସ୍ ଚଳାଚଳ ବନ୍ଦ

ରେଙ୍ଗାଲି : ବନ୍ଦ ପାଳନ, ଧର୍ମଘଟ, ଆନ୍ଦୋଳନ ଡାକରା ଆଦି କାର୍ଯ୍ୟକ୍ରମ ବ୍ୟତୀତ ଯାତ୍ରୀ ବାହୀ ପ୍ରାୟ ନିୟମିତ ଚଳାଚଳ କରିଥାଏ । କିନ୍ତୁ ସମ୍ବଲପୁରରୁ ଲଇଡାକୁ ଚାଲୁଥିବା ସିଟି ବସ୍ ବିଚିତ୍ର ନୀତିରେ ଚଳାଚଳ କରୁଥିବାରୁ ଯାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମ୍ବଲପୁରରୁ ପରମାଣପୁର ଦେଇ ଲଇଡାକୁ ଚାଳୁଥିବା ସିଟି ବସ୍ ସପ୍ତାହର ପ୍ରତି ରବିବାର  ବନ୍ଦ ରହୁଥିବା ବେଳେ ରଥ ଯାତ୍ରା ଭଲି ବିଭିନ୍ନ ପର୍ବପର୍ବାଣି ଛୁଟି ଦିନରେ ମଧ୍ୟ ବସ୍ ଚଳାଚଳ ବନ୍ଦ ରହୁଛି । ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରଥଯାତ୍ରା, ବାହୁଡା ଯାତ୍ରା ଦିନ ସିଟି ବସ୍ ଚଳାଚଳ ବନ୍ଦ ରହିବା ଫଳରେ ଯାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା କି ପ୍ରକାର ଯାତ୍ରୀ ପରିବହନ ନୀତି ବୋଲି ଜନସାଧାରଣ  ପ୍ରଶ୍ନ କରିବା ସହିତ ଛୁଟି ଦିବସ ରେ ସିଟି ବସ୍ ଚଳାଚଳ କାହିଁକି ବନ୍ଦ ରହୁଛି ବୋଲି ପ୍ରତିକ୍ରିୟା ପ୍ରକାଶ ପାଉଛି । ଜିଲ୍ଲାପାଳ ଏବଂ ଜିଲ୍ଲା ପରିବହନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସିଟି ବସ୍ ଯେପରି ନିୟମିତ ଚଳାଚଳ କରିବ ସେଦିଗ ରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories