ସରକାରୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଟାମ୍ପରକେଲା ଏବଂ ତବଡାବହାଲ ଗ୍ରାମ ପଞ୍ଚାୟତ

ରେଙ୍ଗାଲି :  ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକର ଜନଜାତି ଅଧ୍ୟୁଷିତ ଟାମ୍ପରକେଲା ଏବଂ ତବଡାବହାଲ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନଥିବାରୁ ଉଭୟ ପଞ୍ଚାୟତର ଜନସାଧାରଣ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନାହାନ୍ତି । ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଉଭୟ ପଞ୍ଚୟତର ଜନସାଧାରଣ ଅନେକ ଥର ନେତା, ମନ୍ତ୍ରୀ, ବିଧାୟକ ସାସଂଦ ମାନଙ୍କଠାରେ ଦାବି ତଥା ଗୁହାରି କରି ଆସୁଥିଲେ ହେଁ କୌଣସି ସୁଫଳ ମିଳୁ ନଥିବାରୁ ଜନ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଉଛି।

prayash

ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ବିତିବାକୁ ବସିଲାଣି ଆମ ଅଞ୍ଚଳରେ ଡାକ୍ତରଖାନା ଟିଏ ପ୍ରତିଷ୍ଠା ହୋଇ ପାରିଲା ନାହିଁ ବୋଲି ଲୋକେ କ୍ଷୋଭ ପ୍ରକାଶ କରୁଛନ୍ତି। କେତେ ନେତା ମନ୍ତ୍ରୀ ଆସିଲେ ଗଲେ ସରକାର ବଦଳୁଛି କିନ୍ତୁ ଟାମ୍ପରକେଲା ଏବଂ ତବଡାବାହଲ ପଞ୍ଚାୟତବାସୀଙ୍କ ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ କୌଣସି ନେତା ମନ୍ତ୍ରୀଙ୍କ ଆନ୍ତରିକତା ନାହିଁ ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ଉଭୟ ପଞ୍ଚାୟତରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ନଥିବାରୁ ଲୋକେ କ୍ୱାକ୍ ମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଉଭୟ ପଞ୍ଚାୟତ ଠାରୁ ୩୯/୩୫ କିଲୋମିଟର ଦୂରତା ଥିବା ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟ ସେବା ନିୟନ୍ତ୍ରିତ ଓ ପରିଚାଳିତ ହେଉଛି । ଉଲ୍ଳେଖଯୋଗ୍ୟ ଯେ ଉଭୟ ପଞ୍ଚାୟତର ଜନସଂଖ୍ୟା ୧୦ହଜାରରୁ ଅଧିକ । ସେଥିମଧ୍ୟରୁ ଅଧିକାଂଶ ଜନଜାତି ସଂପ୍ରଦାୟର। କିନ୍ତୁ ବିଡମ୍ବନାର ବିଷୟ ଯେ ସ୍ୱଧୀନତାପ୍ରାପ୍ତିର ୭୫ ବର୍ଷ ପରେ ମଧ୍ୟ ଟାମ୍ପରକେଲା ଏବଂ ତବଡାବାହାଲ ଭଲି ଜନଜାତି ଅଧ୍ୟୁଷିତ ପଞ୍ଚାୟତରେ ସ୍ୱାସ୍ଥ୍ୟ ସେବା ଭଲି ମୌଳିକ ସୁବିଧା ଉପଲବ୍ଧ ହୋଇ ପାରିନାହିଁ ।
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଝାରସୁଗୁଡା ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଥିଲେ ଏବଂ ସମ୍ବଲପୁର ଜିଲ୍ଲାର ବାସିନ୍ଦା ହୋଇଥିବାରୁ ଟାମ୍ପରକେଲା ଏବଂ ତବଡାବାଲ ପଞ୍ଚାୟବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରି ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବୀ ହେଉଛି।

kalyan agarbati

Comments are closed.