www.samajalive.in
Sunday, December 7, 2025
26.1 C
Bhubaneswar

ଖ୍ରୀଷ୍ଟମାସ ଟ୍ରି ଦୂର କରିଥାଏ ୬ଟି ବାସ୍ତୁ ଦୋଷ

ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଏହା ଖ୍ରୀଷ୍ଟ ଧର୍ମାଲମ୍ବୀଙ୍କ ସବୁଠାରୁ ବଡ ପର୍ବ । ଏହି ଦିନରେ ଖ୍ରୀଷ୍ଟମାସ୍ ଟ୍ରି ର ବିଶେଷ ମହତ୍ତ୍ବ ରହିଥାଏ । ବହୁ ପୁରାତନ କାଳରୁ ଏହି ଅବସରରେ ଖ୍ରୀଷ୍ଟମାସ ଟ୍ରି କୁ ବିଶେଷ ଭାବରେ ସଜାଯାଏ । ଖ୍ରୀଷ୍ଟମାସ୍ ଟ୍ରି କୁ ନେଇ ଅନେକ ବିଶ୍ବାସ ମଧ୍ୟ ରହିଛି । ମାନ୍ୟତା ଅନୁଯାୟୀ, ଖ୍ରୀଷ୍ଟମାସ ଟ୍ରି ଘରକୁ ଆଣିବା ଏବଂ ସଜାଇବା ଦ୍ବାରା ବାସ୍ତୁଦୋଷ ଦୂର ହୋଇଥାଏ ।

୧. ଖ୍ରୀଷ୍ଟମାସ୍ ଅବସରରେ ଘରେ ଖ୍ରୀଷ୍ଟମାସ ଟ୍ରି ଅବଶ୍ୟ ଆଣନ୍ତୁ ଏବଂ ଏହାକୁ ଭଲ ଭାବରେ ସଜାନ୍ତୁ । ମାନ୍ୟତା ଅନୁଯାୟୀ ଖ୍ରୀଷ୍ଟମାସ ଟ୍ରି କୁ ସଜାଇବା ଦ୍ବାରା ଭାଗ୍ୟ ସାଥ୍ ଦେବା ସହ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

- Advertisement -

୨. ତ୍ରିକୋଣ ଆକାର ବିଶିଷ୍ଟ ଖ୍ରୀଷ୍ଟମାସ ଟ୍ରି ଅଗ୍ନି ଦେବତାଙ୍କ ପ୍ରତୀକ ଏବଂ ଧରା ପୃଷ୍ଠରେ ଅଗ୍ନି ଦେବତା ସବୁ ବସ୍ତୁକୁ ଜୀବନ ଦାନ କରିବାକୁ ସକ୍ଷମ ବୋଲି ବିଶ୍ବାସ ରହିଛି ।

୩. ମାନ୍ୟତା ଅନୁଯାୟୀ ଘରେ ଖ୍ରୀଷ୍ଟମାସ ଟ୍ରି ଆଣିବା ଦ୍ବାରା ଜୀବନରୁ ସବୁ ପ୍ରକାର ଦୁଶ୍ଚିନ୍ତା ଦୂର ହୋଇଥାଏ ।

୪. ଖ୍ରୀଷ୍ଟମାସ ଟ୍ରି କୁ ସଜାଇବା ବେଳେ ସେଥିରେ ଷ୍ଟାର ବା ତାରକା ବ୍ୟବହାର କରାଯାଏ । ଏପରି କରିବା ଦ୍ବାରା ଜୀବନରୁ ଅନ୍ଧାର ଦୂର ହୋଇ ମନରେ ଆଲୋକର ଆଶା ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ କରାଯାଏ ।

୫. ଖ୍ରୀଷ୍ଟମାସ ଟ୍ରି ଉପରେ ଲଗାଯାଉ ଥିବା ଛୋଟ ଛୋଟ ସାନ୍ତାକ୍ଳଜ୍ ଏହା ସୂଚାଇ ଥାଏ ଯେ, ଜୀବନରେ ଛୋଟ ଛୋଟ ବସ୍ତୁରୁ ଆମକୁ ଅନେକ ଖୁସୀ ମିଳିଥାଏ ।

୬. ଖ୍ରୀଷ୍ଟମାସ ଟ୍ରି ଉପରେ ଲାଗିଥିବା ରଙ୍ଗ ବେରଙ୍ଗ ଉପହାର ବା ଗିଫ୍ଟ ବକ୍ସ ଘରେ ଖୁସୀର ବାତାବରଣ ଏବଂ ସକାରାତ୍ମକ ଶକ୍ତି ଜାଗ୍ରତ କରାଇଥାଏ ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories