www.samajalive.in
Tuesday, December 9, 2025
26.1 C
Bhubaneswar

ମାନହାନି ମକଦ୍ଦମା ଜିତିଲେ ଗେଲ୍‍ : ୩ ଲକ୍ଷ ଡଲାର କ୍ଷତିପୂରଣ ପାଇବେ

ସିଡ୍‍ନୀ : ଆଜକୁ ତିନି ବର୍ଷ ପୂର୍ବେ ଅଷ୍ଟ୍ରେଲିଆରେ ଦାୟର ହୋଇଥିବା ଏକ ମାନହାନି ମକଦ୍ଦମାରେ ୱେଷ୍ଟଇଣ୍ଡିଜର ଓପନିଂ ବ୍ୟାଟସମ୍ୟାନ କ୍ରିସ ଗେଲ୍‍ ବିଜୟୀ ହୋଇଛନ୍ତି। ସୋମବାର ଅଷ୍ଟ୍ରେଲିଆର ଏକ ଅଦାଲତ ତାଙ୍କ ରାୟରେ ଗେଲ୍‍ଙ୍କୁ ନିର୍ଦୋଷ ପ୍ରମାଣିତ କରିବା ସହ କ୍ଷତିପୂରଣ ବାବଦରେ ୩,୦୦,୦୦୦ ଅଷ୍ଟ୍ରେଲୀୟ ଡଲାର ପ୍ରଦାନ କରିବାକୁ ଫେୟାରଫ୍ୟାକ୍ସ ମିଡିଆକୁ ନିର୍ଦେଶ ଦେଇଛନ୍ତି। ୨୦୧୬ ଜାନୁଆରୀରେ ସ୍ଥାନୀୟ ଗଣମାଧ୍ୟମ ଫେୟାରଫ୍ୟାକ୍ସ ମିଡିଆ ପକ୍ଷରୁ ଗେଲ୍‍ଙ୍କ ବିରୋଧରେ ଏକ ଆପତ୍ତିଜନକ ସମ୍ବାଦ ପ୍ରକାଶିତ ହୋଇଥିଲା। ୨୦୧୫ରେ ଅଷ୍ଟ୍ରେଲିଆରେ ଆଇସିସି ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳୁଥିବାବେଳେ ଗେଲ୍‍ କୁଆଡେ ଜଣେ ମହିଳା ମାଲିସ କର୍ମଚାରୀଙ୍କ ସମ୍ମୁଖରେ ଉଲଗ୍ନ ହୋଇଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହା ଗେଲ୍‍ଙ୍କ ସୁନାମ ପ୍ରତି ଆଞ୍ଚ୍‍ ଆଣିଥିଲା। ଫଳରେ ସେ ଉକ୍ତ କମ୍ପାନୀ ବିରୋଧରେ କ୍ଷତିପୂରଣ ମାମଲା ଦାଏର କରିଥିଲେ। ନ୍ୟୁ ସାଉଥ୍‍ ୱେଲ୍‍ସ ସୁପ୍ରିମକୋର୍ଟର ବିଚାରପତି ଲୁସି ମ୍ୟାକ୍‍କଲମ ଏହାର ଶୁଣାଣି କରି ଫେୟାରଫ୍ୟାକ୍ସ ମିଡିଆ ବିପକ୍ଷରେ ରାୟ ଦେଇଛନ୍ତି। ନିଜ ସମ୍ବାଦପତ୍ରର ଲୋକପ୍ରିୟତା ବୃଦ୍ଧି କରିବା ଲକ୍ଷ୍ୟରେ ଗେଲ୍‍ଙ୍କ ଭଳି ଜଣେ ବିଶ୍ୱସ୍ତରୀୟ କ୍ରିକେଟରଙ୍କ ବିରୋଧରେ ଆପତ୍ତିଜନକ ଲେଖା ପ୍ରକାଶ କରିଛନ୍ତି ବୋଲି ବିଚାରପତି ତାଙ୍କ ରାୟରେ କହିଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories