www.samajalive.in
Tuesday, December 9, 2025
23.1 C
Bhubaneswar

ଶାନ୍ତି ଶୃଙ୍ଖଳାରେ ସରିଲା ଚୌଦ୍ୱାର ରୂପଯାତ୍ରା

ଚୌଦ୍ୱାର : କୁମାର ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ୫ଦିନ ଧରି ଚାଲିଥିବା ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା ବୁଧବାର ଦିନ ଶେଷ ହୋଇଛି । ସହରର ବିଭିନ୍ନ ପୁଜା ମଣ୍ଡପରେ ନିର୍ମିତ ଦୂର୍ଗା, ମହାଲକ୍ଷ୍ମୀ, ଗଜଲକ୍ଷ୍ମୀ, ମହାଦେବ, ହରପାର୍ବତୀ, ରାଧାକୃଷ୍ଣ, ଲକ୍ଷ୍ମୀ ନାରାୟଣ, ହନୁମାନ ଆଦି ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ମଙ୍ଗଳବାର ଠାରୁ ନିଜ ନିଜର ଆସ୍ଥାନ ଛାଡ଼ି ସାହିବସ୍ତି ପରିକ୍ରମା କରିବା ପରେ ମେଳଣ ପଡ଼ିଆ ଅଭିମୁଖେ ଯାଇ ରାତିରେ ଯାତ୍ରା ପଡ଼ିଆରେ ପହଞ୍ଚିବା ପରେ ମେଲଣ ପର୍ବ ଅନୁଷ୍ଠିତ ହୋଇଥିଲା। ବୁଧବାର ସକାଳରୁ ପରମ୍ପରା ଅନୁଯାୟୀ ପୁଜା କମିଟି ଠାରୁ ଛନ୍ଦା ଗ୍ରହଣ କରି ମେଢ ଗୁଡିକ କ୍ରମାନ୍ୱୟରେ ଶୋଭାଯାତ୍ରାରେ ଯାଇ ବିରୂପା ନଦୀକୂଳରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜିତ ହୋଇଥିଲେ। ପୁର୍ବରୁ ରୁପଯାତ୍ରାରେ ୪୦ଟି ମେଢ ସାମିଲ ହେଉଥିବା ବେଳେ ଚଳିତ ବର୍ଷ ଆଉ ୩ଟି ମେଢ ଏଥିରେ ସାମିଲ ହୋଇଛନ୍ତି । ମେଲଣ ପଡିଆରେ ମେଢ ମାଲିକ ଓ ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ପୂଜା କମିଟି ଓ ଯାତ୍ରା କମିଟି ସମ୍ବର୍ଦ୍ଧିତ କରିଥିଲେ। ମେଲଣ ପଡିଆରେ ସୂଚନା କେନ୍ଦ୍ର ଖୋଲାଯିବା ସହିତ ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ପକ୍ଷରୁ ଜନସାଧାରଣଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ଜନଗହଳି, ମେଢ଼ ଶୋଭାଯାତ୍ରା ଓ ଭିଡ଼ ପରିଚାଳନା ପାଇଁ କମିସନରେଟ ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କମିସନରେଟ ପୁଲିସ ତରଫରୁ ମେଲଣ ପଡ଼ିଆ ଓ ଏହାର ଆଖ ପାଖରେ ୪ଟି ଅସ୍ଥାୟୀ ଫାଣ୍ଡି ଖୋଲାଯାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହିତ ସିସିଟିଭି କ୍ୟାମେରା ମାଧ୍ୟମରେ ସଂପୁର୍ଣ୍ଣ ଯାତ୍ରାକୁ ନଜରରେ ରଖାଯାଇଥିବା ଯାତ୍ରା ପରିଚାଳନାର ମୁଖ୍ୟ ଦାୟିତ୍ୱରେ ଥିବା ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ସୂଚନା ଦେଇଥିଲେ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories