ବେଆଇନ୍ ବାଣ କାରବାର ଅଭିଯୋଗରେ ୨ଗିରଫ
ଚୌଦ୍ୱାର: ବେଆଇନ ଭାବେ ବାଣ ମହଜୁଦ ରଖି ବିକ୍ରି କରୁଥିବା ଅଭିଯୋଗରେ ଚୌଦ୍ୱାର ପୁଲିସ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପୌରପାଳିକା ଅନ୍ତର୍ଗତ ବଡବଜାରର ଘନଶ୍ୟାମ ସାହୁ ଓ ତ୍ରାହୀଅଚ୍ୟୁତ ସାହୁ। ଉଭୟଙ୍କ ଘରୁ ବିପୁଳ ପରିମାଣର ବାଣ ପୁଲିସ ଜବତ କରିଛି। ବେଆଇନ ଭାବେ ନିଜ ଘରେ ବାଣ ମହଜୁଦ ରଖି ବକ୍ରି କରୁଥିବା ବିଶେଷ ସୁତ୍ରରୁ ଖବରପାଇ ଏସ୍ଆଇ ତପସ୍ୱିନୀ କାନୁନଗୋ ଓ ଏଏସ୍ଆଇ ଦରବାରୀ ନାୟକ ସଦଳବଳେ ପୃଥକ୍ ଭାବେ ଦୁଇଟି ସ୍ଥାନରେ ଚଢାଉ କରିଥିଲେ। ଅନ୍ୟ ଏକ ଘଟଣାରେ ଗାନ୍ଧୀଛକସ୍ଥିତ ବିଷ୍ଣ ଚରଣ ପରିଡ଼ାଙ୍କ ଚା’ ଦୋକାନରେ ବୁଧବାର ମଧ୍ୟାହ୍ନରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର ସହିତ ଅନ୍ୟାନ୍ୟ ସାମଗ୍ରୀ ଓ ନଗଦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
Comments are closed.