www.samajalive.in
Saturday, December 13, 2025
23.1 C
Bhubaneswar

ଚୌଦ୍ୱାର କାରାଗାରରେ ନିଆରା ବିବାହ, ଦିବ୍ୟାଙ୍ଗ ଯୁବତୀ ରାନୁର ହାତ ଧରିଲେ ବିଚାରାଧିନ କଏଦୀ ଅର୍ଜୁନ

ଚୌଦ୍ୱାର: ଚୌଦ୍ୱାର ମଣ୍ଡଳ କାରାଗାରରେ ଗୁରୁବାର ଦିନ ଆଉ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଛି। କାରାଗାରରେ ଥିବା ବିଚାରାଧିନ କଏଦୀ ଅର୍ଜୁନ ଭିନ୍ନକ୍ଷମ ଯୁବତୀ ରାନୁର ହାତ ଧରିଛନ୍ତି। ଜେଲ ଅଧିକ୍ଷକ ସତ୍ୟ ପ୍ରକାଶ ସ୍ୱାଇଁ, ଜେଲର ସମସ୍ତ କର୍ମକର୍ତ୍ତା,ବର ଓ କନ୍ୟାଙ୍କ ପରିବାର ବର୍ଗ ତଥା ଉଦ୍ଧାର ଫାଉଣ୍ଡେସନ୍‍ର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିବାହ ମଣ୍ଡପରେ ପୁରୋହିତଙ୍କ ମନ୍ତ୍ରଧ୍ୱନୀ ଭିତରେ ଉଭୟଙ୍କ ହାତଗଣ୍ଠି ପଡ଼ିଥିଲା। ରାନୁଙ୍କ ସିନ୍ଥିରେ ସିନ୍ଦୁର ପିନ୍ଧାଇବା ପରେ ସାରା ଜୀବନପାଇଁ ସାଥି ହୋଇଛନ୍ତି ଅର୍ଜୁନ ଓ ରାନୁ।

କଟକ ଜିଲା ନିଆଳି ଥାନା ଖେରଞ୍ଚ ଗ୍ରାମର ସୁକାନ୍ତ ମଲ୍ଲିକଙ୍କ ଭିନ୍ନକ୍ଷମ ଝିଅ ରାନୁ। ଜନ୍ମରୁ ମୁକ ବଧିର ରାନୁ ସହିତ ସେହି ଗ୍ରାମର ନୃଷିଙ୍ଗ ମଲ୍ଲିକଙ୍କ ପୁଅ ଅର୍ଜୁନର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ରାନୁ ସହିତ ଅର୍ଜୁନ ଶାରିରୀକ ସମ୍ପର୍କ ରଖିବାରେ ରାନୁ ଗର୍ଭବତୀ ହୋଇଥିଲେ। ଏଘଟଣା ଜାଣିବା ପରେ ଅର୍ଜୁନ ରାନୁକୁ ବିବାହ କରିବାକୁ ଅରାଜି ହେବା ସହିତ ଅନ୍ୟତ୍ର ବିବାହ କରାଇ ଦେବାକୁ ଅର୍ଜୁନର ପରିବାର ଲେକେ ପ୍ରୟାସ ଆରମ୍ଭ କରିଥିଲେ। ନିରାଶ ହୋଇ ରାନୁର ପରିବାର ଲୋକେ ନିଜ ଗ୍ରାମ ଲୋକଙ୍କ ସହାୟତାରେ ନିଆଳି ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ପୁଲିସ ଅର୍ଜୁନକୁ ଗିରଫ କରି ଅଦାଲତକୁ ଚାଲାଣ କରିବା ସହିତ ରାନୁକୁ କଟକ ବସୁନ୍ଧରାରେ ରଖାଇଥିଲେ।

- Advertisement -

ଅଦାଲତରେ ମାମଲା ବିଚାରାଧିନ ଥିବାବେଳେ କାରାଗାର ଭିତରେ ରହି ଅର୍ଜୁନ ଅନୁତାପ କରିବା ସହିତ ରାନୁକୁ ବିବାହ କରିବାକୁ ପୁଣିଥରେ ମନସ୍ଥ କରିଥିଲେ। ଏସମ୍ପର୍କରେ କାରା କତ୍ତୃପକ୍ଷଙ୍କୁ ଜଣାଇବାରେ କାରାଗାର ଅଧିକ୍ଷକ ଶ୍ରୀ ସ୍ୱାଇଁ ଉଭୟ ପକ୍ଷର ପରିବାର ଲୋକଙ୍କୁ ଡାକି ବାହାଘରର ଆୟୋଜନ ସମ୍ପର୍କରେ ବୁଝାଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନ କାରାଗାର ଭିତରେ ବାହାଘରର ଆୟୋଜନ କରାଯାଇଥିଲା। କାରାପାଳ ବିଭୁଦେନ୍ଦ୍ର ଭୁୟାଁ, କାରା ମଙ୍ଗଳ ଅଧିକାରୀ ରାମକୃଷ୍ଣ ଦାସ, ମାୟାଧର ସେଠୀ, ଉଦ୍ଧାର ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ସଭାପତି ନରୋତ୍ତମ ଦାସ ଓ ଅନ୍ୟ କର୍ମକର୍ତ୍ତା ଏହି ଶୁଭକାର୍ଯ୍ୟ ପରିଚାଳନା କରିଥିଲେ। ଏହି ବିବାହକୁ ମିଶାଇ ଚୌଦ୍ୱାର ଜେଲରେ ମୋଟ ୪ଟି ବିବାହ ଅନୁଷ୍ଠିତ ହେଲାଣି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories