www.samajalive.in
Sunday, December 14, 2025
23.1 C
Bhubaneswar

ଚୌଦ୍ୱାରରେ ସ୍ୱାଧୀନତା ଦିବସ

ଚୌଦ୍ୱାର: ଦେଶର ୭୬ତମ ସ୍ୱାଧୀନତା ଦିବସ ଅବସରରେ ଚୌଦ୍ୱାରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଚୌଦ୍ୱାର ପ୍ରେସ୍‍ କ୍ଲବ୍‍ରେ ଆୟୋଜିତ ଉତ୍ସବରେ ବରିଷ୍ଠ ସଦସ୍ୟ ଗଙ୍ଗାଧର ସାହୁ ପତାକା ଉତ୍ତୋଳନ କରିଥିଲେ।ଉପ ନଗରପାଳ ଶୁଭେନ୍ଦୁ ସାମଲ, କାଉନସିଲର ସୁବ୍ରତ ସାମଲ,ଆଶୁତୋଷ ଦାସ,ବିଜୟ କୁମାର ମଲ୍ଲିକ, କେ.ସି.ପ୍ରତାପ ସିଂହ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ।କ୍ଲବ୍‍ ଉପଦେଷ୍ଟା ଏସ୍‍.କେ.ପଣ୍ଡା, ସଦସ୍ୟ ପ୍ରକାଶ କୁମାର ନାୟକ,ଅଜିତ୍‍ କୁମାର ସ୍ୱାଇଁ, ସୁଧାକର ସାମନ୍ତରାୟ, ବିଶ୍ୱଜିତ ଭଞ୍ଜ, ଅଶୋକ ଦାସ, ରଘୁନାଥ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୌର ପାଳିକାରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ପତାକା ଉତ୍ତୋଳନ କରିଥିଲେ।ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, ବିଜେଡ଼ି ଜିଲା ଉପ ସଭାପତି ପ୍ରେମଚାନ୍ଦ ନାୟକ,ସମସ୍ତ କାଉନସିଲର ତଥା ପୌର କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ। ହିନ୍ଦ୍‍ ସେବକ ସଂଘ ପରିଚାଳିତ ଶିଶୁ ସଦନ ଏବଂ ଜନସେବକ ହସପିଟାଲରେ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ପତାକା ଉତ୍ତୋଳନ କରିଥିଲେ। ସେହିପରି ରୋଟାରୀ କ୍ଲବ୍‍, ଧୂମାବତୀ ନଗର, କଳିଙ୍ଗ ପବ୍ଲିକ୍‍ ସ୍କୁଲ,ଏଫଏସ୍‍ଟିଭି ପ୍ଲାଣ୍ଟ, ଓଟିଏମ୍‍ ହାଇସ୍କୁଲ, ଯଯାତୀ କେଶରୀ କ୍ଲବ୍‍ ଆଦିରେ ପୌରାଧ୍ୟକ୍ଷା ଶ୍ରୀମତୀ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଓ କାଉନ୍‍ସିଲର ମାନେ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ।ସ୍ଥାନୀୟ ଇମ୍ଫା ପରିସରରେ ଆୟୋଜିତ ଆଜାଦୀକି ଅମୃତ ମହୋତ୍ସବରେ ଇମ୍ଫାର ଉପ ସଭାପତି ବିନୟ କୁମାର ଅଗ୍ରୱାଲ ପତାକା ଉତେ୍‍ାଳନ କରିଥିଲେ।ଓଟିଏମ୍‍ ଶ୍ରମିକ ପରିବାର ଯୁବକ ସଂଘ କାର୍ଯ୍ୟାଳୟରେ କୈଳାସ ଚନ୍ଦ୍ର ସାହାଣୀ, ବିଲ୍ଟ ବଜାରସ୍ଥିତ ଅମରଜ୍ୟୋତି କ୍ଲବରେ ବରିଷ୍ଠ ସଦସ୍ୟ ବିର କିଶୋର ମହାନ୍ତି, ଔଷଧ ବିକ୍ରେତା ସଂଘ କାର୍ଯ୍ୟଳୟରେ ଉପଦେଷ୍ଟା ଅଭୟ ଚରଣ ମହାନ୍ତି ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ ଏଥି ସହିତ ଅଞ୍ଚଳର ସମସ୍ତ କ୍ଲବ୍‍, ପାଠାଗାର, ବିଦ୍ୟାଳୟ, କଲେଜ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories