କଳିଙ୍ଗ ନୋଡାଲ ବିଦ୍ୟାପୀଠରେ କୃତି ଛାତ୍ରଛତ୍ରୀଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର: ସ୍ଥାନୀୟ କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ଗତ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଓ ଏ-୨ ଗ୍ରେଡରେ ପାସ୍‌ କରିଥିବା ମୋଟ ୧୨ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଛି । ପ୍ରଧାନ ଶିକ୍ଷକ ଗୌତମ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କୃତି ଛାତ୍ର ଓ ଛାତ୍ରୀ ଜନ୍ମେଜୟ ଭଞ୍ଜ, ଦୀପାଲି ପ୍ରଧାନ, ପ୍ରିୟା ପ୍ରିୟଦର୍ଶିନୀ, ନିହାରିକା ଦାସ, ସ୍ଥିତିପ୍ରଜ୍ଞା ରାଉତ, ରୁଦ୍ରମାଧବ ରାଉତ, ସତ୍ୟ ଶଂକର ବର୍ଦ୍ଧନ, ଆଶୀଷ ପାଲ, ଶୁଭଲକ୍ଷ୍ମୀ ବସ୍ତିଆ, ସୋନାଲି ନାୟକ, ବି.ନବୀନ, ଶୁଭଲକ୍ଷ୍ମୀ ଦାସ ଓ ବ୍ରହ୍ମାନନ୍ଦ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,ଅଭିଭାବକ   ଓ ୬ଶହରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Comments are closed.