www.samajalive.in
Monday, December 15, 2025
26.1 C
Bhubaneswar

ଦେବୋତ୍ତର ଜମି ଜବରଦଖଲ ଅଭିଯୋଗ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ କୟଳପଡ଼ା ଗ୍ରାମସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ଦେବୋତ୍ତର ଜମିକୁ କିଛି ବ୍ୟକ୍ତି ଜବର ଦଖଲ କରି ଏହାକୁ ବିକ୍ରି କରିଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକଙ୍କ ସମେତ ଗ୍ରାମର ବହୁ ମୁରବୀଙ୍କ ଦସ୍ତଖତ ସମ୍ବଳିତ ଏସର୍ମ୍ପର୍କିତ ଏକ ଅଭିଯୋଗପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଏଦିଗରେ ବିହିତ ପଦକ୍ଷେପ ନେବାପାଇଁ ନିବେଦନ କରାଯାଇଛି। ସରପଞ୍ଚଙ୍କ ଅଭିଯୋଗ ସୁତ୍ରରୁ ପ୍ରକାଶଯେ ଲକ୍ଷ୍ମୀନାରାୟଣ ଦେବଙ୍କ ନାମରେ ଥିବା ୯ ଏକର ୮୦ ଡିସିମିଲ ଦେବୋତ୍ତର ଜମିକୁ ଗ୍ରାମର ଦୁଇଜଣ ବ୍ୟକ୍ତି ଜବରଦଖଲ କରି ଜମି ଚାରି ପାଖରେ ତାରବାଡ଼ ନିର୍ମାଣ କରିବା ସହିତ ଜମିରେ ବେଆଇନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହିତ ଜମିକୁ ବିକ୍ରି କରିଦେବାପାଇଁ ଚକ୍ରାନ୍ତ ଚଳାଇଛନ୍ତି । ଏଥି ସହିତ ତାରବାଡ଼ରେ ସୋଲାର ବିଦ୍ୟୁତ୍ ସଂଯୋଗ କରିଥିବାରୁ ତାହା ଗ୍ରାମର ଗାଈଗୋରୁ ମାନଙ୍କ ପାଇଁ ବିପଦ ସୃଷ୍ଠି କରିଛି ।ଏସମ୍ପର୍କରେ ସରପଞ୍ଚ ଶ୍ରୀମତୀ ବେହେରା ଓ ଗ୍ରାମବାସୀ ମାନେ ତହସିଲଦାର ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ କରିଥିଲେ ହେଁ ଏଦିଗରେ କୌଣସି କାର୍ଯ୍ୟକ୍ରନୁଷ୍ଠାନ ନହେବାରୁ ଗ୍ରାମର ଶତାଧିକ ଲୋକ ଏକାଠି ହୋଇ ଜମି ଉପରେ ନିର୍ମାଣ କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ।

ପ୍ରାପ୍ତ ସୂଚନାମତେ ଉକ୍ତ ଜମି ଲକ୍ଷ୍ମୀନାରାୟଣଙ୍କ ନାମରେ ଥିବା ଓ ଏହା କିଛି ମାର୍ଫତଦାରଙ୍କ ତତ୍ୱାବଧାନରେ ଥିଲା । ଅନେକ ଲୋକ ମାର୍ଫତଦାର ଥିବାବେଳେ ସେଥିରୁ ଜଣେ ଅଂଶୀଦାର କିପରି ଜମିକୁ ବିକ୍ରି କରିବାର ଚକ୍ରାନ୍ତ କରୁଛନ୍ତି ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି । ଉକ୍ତ ଜମିକୁ ଠାକୁରଙ୍କ କାର୍ଯ୍ୟରେ ଲଗାଯିବା, ଜମି ଚାରିପଟୁ ତାରବାଡ଼ ହଟାଇ ସେଥିରୁ ବିଦ୍ୟୁତ୍ ସଂଯୋଗ କାଟିବା ଏବଂ ଜମିକୁ ସରକାର ନିଜ ଅଧିନକୁ ନେଇ ଠାକୁରଙ୍କ ନୀତିକାନ୍ତି କରିବା ପାଇଁ ଗ୍ରାମାସୀଙ୍କୁ ହସ୍ତାନ୍ତର କରିବା ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ଆରଡ଼ିସି, ଉପ ଜିଲାପାଳ, ତହସିଲଦାର, ଚୌଦ୍ୱାର ଆଇଆଇସି ପ୍ରମୁଖଙ୍କୁ ଦାବିପତ୍ରର ନକଲ ପ୍ରଦାନ କରାଯାଇଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories