ବନ ମହୋତ୍ସବ ଉଦ୍‍ଯାପିତ

ଚୌଦ୍ୱାର: ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ତରଫରୁ ସପ୍ତାବ୍ୟାପି ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦ୍‍ଯାପିତ ହୋଇ ଯାଇଛି।ସଂଗଠନ ସଭାପତି ଭାସ୍କର ରାଉତରାୟ ଓ ସମ୍ପାଦକ ଅଶ୍ୱିନୀ କୁମାର ଜେନାଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟ ମାନେ ୭ଦିନ ଧରିି ଓଟିଏମ୍‍ ପଡ଼ିଆ ପାର୍ଶ୍ବ, ଗୋପବନ୍ଧୁ ପଡ଼ିଆ,ଓଟିଏମ୍‍ କଲୋନୀ ରାସ୍ତା, ବାଟବୁଢ଼ୀ କଲୋନୀ ରାସ୍ତା କଡ଼ରେ ବ୍ୟାପକ ଚାରା ରୋପଣ କରିଥିଲେ।ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଯୁବ କ୍ରିଡ଼ାବିତ୍‍ କିଶୋର ପରାଡ଼ା ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ କରି ଚାରା ରୋପଣ କରି ଏହାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ।ଭୀମସେନ ବିଶ୍ୱାଳ, ଭାସ୍କର ପ୍ରସାଦ ମହାପାତ୍ର, ସୁଜିତ୍‍ ଦାସ, କାହ୍ନୁ ଚରଣ ଜେନା, ଅମୂଲ୍ୟ ରାଉତରାୟ, ଟୁକୁ ପ୍ରଧାନ, ଜିତେଶ ମହାନ୍ତି, ପ୍ରସନ୍ନ ସାହୁ, ସଂଜିତ୍‍ ଦାସ, ଦିବ୍ୟ ରଞ୍ଜନ ମଲ୍ଲ ପ୍ରମୁଖ କାର୍ଯ୍ୟକମରେ ସହଯୋଗ କରିଥିଲେ।

Comments are closed.