www.samajalive.in
Saturday, December 6, 2025
16.1 C
Bhubaneswar

ଚକୋଲେଟ ବିସ୍କୁଟ

ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ବଟର – ୬ଚାମଚ
ଚକୋଲେଟ ଚିପ୍ସ – ୧କପ ରୁ କମ
କ୍ରିମ – ୪ଚାମଚ
ଅଣ୍ଡା – ୧ଟି
ଭ୍ୟାନିଲାସେନ୍ସ – ୧ଚାମଚ
ଚିନି – ୧କପ ରୁ କମ
ବେକିଙ୍ଗ ପାଉଡ଼ର – ୨ଚାମଚ
ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା, ଚିନି, ବେକିଙ୍ଗ ପାଉଡ଼ର,ଲୁଣ, ବଟର, ଚକୋଲେଟ ଚିପ୍ସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ କ୍ରିମ , ଅଣ୍ଡା, ଭ୍ୟାନିଲାସେନ୍ସ ପକାଇ ଭଲ ଭାବେ ଦଳା ପ୍ରସ୍ତୁତ କରନ୍ତୁ। ଏବେ ଏହି ପ୍ରସ୍ତୁତ ଦଳାରୁ ଛୋଟ ଗୁଳା ଆକୃତିର କରି ବେଲି ଦିଅନ୍ତୁ। ବେଲିବା ପରେ ଏହି ବେଲାରୁ ଯେକୌଣସି ଡ଼ିଜାଇନ ଯେପରି ପାନପତ୍ର, ଗୋଲ, ଚାରିକଣିଆ ଭଳି କାଟନ୍ତୁ। ଏବେ ଏହାକୁ ବେକିଙ୍ଗ ଟ୍ରେରେ ରଖନ୍ତୁ। ଟ୍ରେରେ ରଖିବା ପରେ ୧ଚାମଚ କ୍ରିମ ଏହା ଉପରେ ପକାନ୍ତୁ। ବେକିଙ୍ଗ ଟ୍ରେକୁ ଓଭନ ମଧ୍ୟରେ ରଖି ୧୬ ରୁ ୧୮ ମିନିଟ ଅପେକ୍ଷା କରନ୍ତୁ। ଏହାପରେ ଏକ ପାତ୍ରକୁ କାଢନ୍ତୁ, ପ୍ରସ୍ତୁତ ହୋଇଗଲା ଚକୋଲେଟ ବିସ୍କୁଟ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories