www.samajalive.in
Saturday, December 13, 2025
18.1 C
Bhubaneswar

ଜମି ବିବାଦକୁ ନେଇ ନଣଦକୁ ପଥର ଛେଚି ହତ୍ୟା କଲା ଭାଉଜ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା ପଞ୍ଚାୟତ ସାକୃବନ୍ଧା ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଘଟିଛି ଅଭାବନିୟ ଘଟଣା। ସାକୃବନ୍ଧା ଗ୍ରାମର ଭଗବାନ ଶୁକ୍ରିଙ୍କ ଝିଅ ଲଷ୍ମୀ ଶୁକ୍ରିକୁ ବିବାହ କରିଥିଲେ ମାତ୍ର ଦୀର୍ଘ ବର୍ଷ ହେଲା ସ୍ୱାମୀ ପରିତ୍ୟକ୍ତା ହୋଇ ସାକୃବନ୍ଧା ନିଜ ବାପା ଘରେ ରହୁଥିଲେ। ଲଷ୍ମୀର ଭାଇ ମୋହନ ଶୁକ୍ରି ଭଉଣୀର ଦେଖାଶୁଣା କରୁଥିଲେ କିନ୍ତୁ ବାପା ଭଗବାନ ଲକ୍ଷ୍ମୀର ଚାଷ କରି ଚଳିବା ପାଇଁ କିଛି ଜମି ଦେଇଥିଲେ। ଉକ୍ତ ଜମି ଭାଗକୁ କେନ୍ଦ୍ର କରି ଦୀର୍ଘ ଦିନ ହେଲା ଉଭୟଙ୍କ ଭିତରେ ତିକ୍ତତା ଲାଗି ରହିଥିଲା। ଆଜି ଜମିକୁ କାମ କରିବାକୁ ମୋହନଙ୍କ ସ୍ତ୍ରୀ ଜମାର ଶୁକ୍ରି, ବୟସ -୩୫, ଏବଂ ନଣଦ ଲଷ୍ମୀ ଶୁକ୍ରି, ବୟସ-୩୬ ଯାଇଥିଲେ। ପୂର୍ବ ଜମିବିବାଦକୁ କେନ୍ଦ୍ର କରି ଉଭୟଙ୍କ ଭିତରେ ବଚସା ହୋଇଥିଲା।

ଏଥିରେ ଭାଉଜ ଜମାର ଶୁକ୍ରି ଉକ୍ତ୍ୟକ୍ତ ହୋଇ ନଣଦ ଲକ୍ଷ୍ମୀଙ୍କୁ ପଥର ରେ ଛେଚି ଛେଚି ହତ୍ୟା କରିଥିଲେ। ଖବର ପାପରମେଟେଲା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ଓ ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ ପରିଡ଼ା, ପାପରମେଟେଲା ଥାନାର କେସ ନମ୍ବର ୦୧/୨୦୨୧ ଅନୁଯାଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜମାରକୁ ଗିରଫ କରିବା ସହ ଲଷ୍ମୀର ଶବ ବ୍ୟବଚ୍ଛେଦ କରି ପରବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛନ୍ତି। ଏ ଘଟଣା ଉପରେ ଅଧିକ ତଦନ୍ତ ଜାରି ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories