www.samajalive.in
Sunday, December 14, 2025
18.1 C
Bhubaneswar

ସନ୍ତୁଳିତ ଆଞ୍ଚଳିକ ବିକାଶ ନିମନ୍ତେ ବିକାଶମୂଳକ ଯୋଜନାରେ ଗୋଷ୍ଠୀଗତ ସଂପୃକ୍ତି ଅତ୍ୟନ୍ତ ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନା ଓ ସଂଯୋଜନ ବିଭାଗରେ ସଦ୍ୟନିଯୁକ୍ତ ୫୬ ଜଣ ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ସମ୍ବୋଧନ କରି କହିଛନ୍ତି ଯେ ସନ୍ତୁଳିତ ଆଞ୍ଚଳିକ ବିକାଶ ନିମନ୍ତେ ବିକାଶମୂଳକ ଯୋଜନାରେ ଗୋଷ୍ଠୀଗତ ସଂପୃକ୍ତି ଅତ୍ୟନ୍ତ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ତଥା ଉତ୍ତମ ମାନବସମ୍ବଳ ବିକାଶ ମାନକଗୁଡ଼ିକ ନିମନ୍ତେ ପ୍ରମାଣ ଆଧାରିତ ଏବଂ ଲକ୍ଷ୍ୟସମ୍ବଳିତ ଯୋଜନା ପ୍ରଣୟନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଅଧିକାରୀମାନଙ୍କୁ ପ୍ରଶଂସା କରିବା ସହିତ ସେମାନଙ୍କୁ ସଦ୍ୟତମ ବୈଷୟିକ ଜ୍ଞାନକୌଶଳ ବିକାଶ ଏବଂ ଜ୍ଞାନର ପରିସର ସଂପ୍ରସାରଣ ନିମନ୍ତେ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବୈଷୟିକ ଜ୍ଞାନକୌଶଳ, ଦଳଗତ କାର୍ଯ୍ୟ, ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆଧାରିତ ରୂପାନ୍ତରଣ ସମ୍ବଳିତ ୫-‘ଟି’ ରଣନୀତି ଆପଣେଇବା ସହିତ ସଶକ୍ତ ଓଡ଼ିଶା ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି ।
ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-‘ଟି’) ଭି.କେ. ପାଣ୍ଡିଆନ୍‌ ଏହା ସଂଚାଳନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories