www.samajalive.in
Saturday, December 6, 2025
15.1 C
Bhubaneswar

ଆମେରିକାର ଅଭିଯୋଗ – କରୋନା ଟୀକା ସମ୍ବନ୍ଧିତ ଗବେଷଣା ତଥ୍ୟ ଚୋରି ଉଦ୍ୟମ କରୁଛନ୍ତି ଚୀନ ହ୍ୟାକର୍ସ

ସମାଜ ପୋର୍ଟାଲ ଡେସ୍କ: ଚୀନ ସରକାର ପାଇଁ କାର୍ଯ୍ୟ କରୁଥିବା ହ୍ୟାକର୍ସମାନେ କରୋନା ଟୀକା ପାଇଁ ଆମେରିକା ପକ୍ଷରୁ ଚାଲିଥିବା ଗବେଷଣା ତଥ୍ୟ ଚୋରି କରିବାକୁ ଚେଷ୍ଟା କରୁଛନ୍ତି। ଏ ନେଇ ଟ୍ରମ୍ପ ସରକାର ସତର୍କ କରାଇ ଦେଇଛନ୍ତି। ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ଏବଂ ସାଇବର ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାରେ ରହୁଥିବା ଚୀନର ଛାତ୍ରଛାତ୍ରୀ ଏବଂ ଗବେଷକମାନେ ଏଭଳି ତଥ୍ୟ ଚୋରି କରିବା ପାଇଁ ପ୍ରୟାସ କରୁଛନ୍ତି। ସେମାନେ ଆମେରିକାର ସ୍ୱାସ୍ଥ୍ୟ ସେବା ତଥ୍ୟ ସହ ଗବେଷଣାମୂଳକ ବୌଦ୍ଧିକ ତଥ୍ୟ ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ଆମେରିକାର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସେମାନେ ଏହି ତଥ୍ୟ ପାଇବାରେ ସଫଳ ହେଲେଣି କି ନାହିଁ ତାହା ଏ ଯାଏଁ ଜଣାପଡିନାହିଁ।

ଏଭଳି ସମ୍ବାଦ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇବା ପରେ, ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ତାଙ୍କ ସରକାର ହ୍ୟାକର୍ସମାନଙ୍କ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଚୀନ କରୋନା ଟୀକା ବାହାର କରିବା କ୍ଷେତ୍ରରେ ଗବେଷଣା ଜାରି ରଖିଛି ଏବଂ ଏ କ୍ଷେତ୍ରରେ ବିଶ୍ୱକୁ ନୂଆ ଦିଗଦର୍ଶନ ଦେବାକୁ ଚେଷ୍ଟା ଅବ୍ୟାହତ ରଖିଛି। ତେବେ କୌଣସି ପ୍ରମାଣ ନ ଥାଇ ହ୍ୟାକର୍ସମାନେ ଚୀନ ସହ ଜଡିତ ବୋଲି ଅପବାଦ ସୃଷ୍ଟି କରିବା ଠିକ ନୁହେଁ ବୋଲି ସେହି ମୁଖପାତ୍ର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories