www.samajalive.in
Saturday, December 6, 2025
15.1 C
Bhubaneswar

୨୦୨୫ ପରେ କମିବ ଚୀନ ଜନସଂଖ୍ୟା

ବେଜିଂ: ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନରେ ଆଉ ମାତ୍ର ୪ ବର୍ଷ ପରେ ଜନସଂଖ୍ୟା କମିବ। ତାହାସହିତ ଦେଶରେ ଉପଭୋକ୍ତା ଚାହିଦାରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିବ ବୋଲି ଚୀନର ସେଣ୍ଟ୍ରାଲ ବ୍ୟାଙ୍କ ପିପୁଲ୍ସ ବ୍ୟାଙ୍କ ଅଫ ଚାଇନାର ଆର୍ଥିକ ନୀତି ନିର୍ଦ୍ଧାରଣ କମିଟିର ଜଣେ ସଦସ୍ୟ କାଇ ଫାଙ୍ଗ୍‍। ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ପରିଚିତ ଫାଙ୍ଗ୍‍ କହିଛନ୍ତି, ଆଗାମୀ ଚାରିବର୍ଷ ପର୍ଯ୍ୟନ୍ତ ଦେଶରେ ଜନସଂଖ୍ୟା ବୃଦ୍ଧିଘଟିବ। ତାହା ପରବର୍ତ୍ତୀ ସମୟରେ ଜନସଂଖ୍ୟା ହ୍ରାସ ପାଇବା ଆରମ୍ଭ କରିବ। ଜନସଂଖ୍ୟା କମିଲେ ଚାହିଦା ମଧ୍ୟ ହ୍ରାସପାଇବ।
ଫାଙ୍ଗଙ୍କ ଉକ୍ତିକୁ ଉଦ୍ଧାର କରି ହଂକଂସ୍ଥିତ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ କହିଛି, ଭବିଷ୍ୟତର ଉପଭୋକ୍ତା ଆହରଣ ଉପରେ ଜନସଂଖ୍ୟାର ପ୍ରଭାବ ପ୍ରତି ଦୃଷ୍ଟିଦେବାକୁ ହେବ। ସୂଚନାଯୋଗ୍ୟ ଯେ ଚୀନ ଚଳିତ ମାସ ଶେଷଭାଗରେ ତାହାର ଜନସଂଖ୍ୟା ରିପୋର୍ଟ ପ୍ରକାଶ କରିବାକୁ ଯାଉଥିବାବେଳେ କାଇ ଏଭଳି ମତପୋଷଣ କରିଛନ୍ତି। ପିପୁଲ୍ସ ବ୍ୟାଙ୍କ ଅଫ ଚାଇନା ପକ୍ଷରୁ କିଛିଦିନ ତଳେ କରାଯାଇଥିବା ଅଧ୍ୟୟନରେ କୁହାଯାଇଥିଲା ଯେ ଚୀନ ତୁରନ୍ତ ତାହାର ସନ୍ତାନ ଜନ୍ମ ସମ୍ପର୍କିତ ନୀତିରେ ଉଦାର ଆଣିବାର ଆବଶ୍ୟକତା ରହିଛି ଅଥବା ୨୦୫୦ ବେଳକୁ ଏହା ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହେବ, ଯେତେବେଳେ କର୍ମକ୍ଷେତ୍ରରେ କମ ସଂଖ୍ୟକ ଲୋକଥିବେ ଏବଂ ବୟସ୍କ ଲୋକଙ୍କ ବୋଝ ବଢିବାରେ ଲାଗିଥିବ। ଜନସଂଖ୍ୟା ହ୍ରାସର ଗୁରୁତର ଅର୍ଥନୈତିକ ପ୍ରଭାବ ପଡିବ, ଯାହା ସୁଧାରିବା ବେଳକୁ ବହୁ ବିଳମ୍ବ ଘଟିଥିବ ବୋଲି ପିପୁଲ୍ସ ବ୍ୟାଙ୍କର ଚାରିଜଣ ଗବେଷକ କହିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୬ ଠାରୁ ଚୀନ ଦମ୍ପତିଙ୍କୁ ଦୁଇଜଣ ସନ୍ତାନ ସନ୍ତତି ଜନ୍ମ କରିବାକୁ ଅନୁମତି ଦିଆଯାଉଛି। କିନ୍ତୁ ସେଥିରୁ ବିଶେଷ ସୁଫଳ ମିଳୁନାହିଁ। ତାହା ପୂର୍ବରୁ ଦେଶରେ ତିନି ଦଶନ୍ଧି ଧରି କେବଳ ଗୋଟିଏ ସନ୍ତାନ/ସନ୍ତତି ପାଇଁ ଅନୁମତି ଦିଆଯାଉଥିଲା। ସନ୍ତାନ ନିୟନ୍ତ୍ରଣ ନିୟମ ଲାଗୁ କରାଯିବାପରେ ଦେଶରେ ୬୦ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଉଛି। ଏହିଭଳି ଲୋକ ସଂଖ୍ୟା ୨୦୧୯ରେ ୪୨ କୋଟିରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ଚୀନର ପରିସଂଖ୍ୟାନ ବ୍ୟୁରୋ ସୂତ୍ର ଅନୁଯାୟୀ ୨୦୧୦ରେ ଦେଶର ମୋଟ ଜନସଂଖ୍ୟା ୧୩୪ କୋଟି ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories