www.samajalive.in
Saturday, December 13, 2025
27.1 C
Bhubaneswar

ପୁରୁଣା ପରମ୍ପରାକୁ ପ୍ରାଧାନ୍ୟ -ବିବାହ ବିଦାୟ ସମୟରେ ନକାନ୍ଦିଲେ …

ବିଶ୍ବର ଅନ୍ୟ ବିକଶିତ ରାଷ୍ଟ୍ର ତୁଳନାରେ ଚୀନ୍‌ ମଧ୍ୟ ତାଳ ଦେଇ ଯାଉଛି। ହେଲେ ସେଠିକାର ଗାଁଗହଳିରେ ଲୋକେ ଏବେ ବି ପୁରୁଣା ପରମ୍ପରାକୁ ପ୍ରାଧାନ୍ୟ ଦେଉଛନ୍ତି। ଚୀନ୍ ପଶ୍ଚିମାଞ୍ଚଳରେ ଥିବା କେତୋଟି ଗାଁଗଣ୍ଡାରେ ବିବାହର ମାସକ ପୂର୍ବରୁ ଭାବୀ ବଧୂକୁ କାନ୍ଦିବା ପାଇଁ ପରିବାର ଲୋକେ କହନ୍ତି। କନିଆ ସହ ତା’ ଘର ଲୋକ ମଧ୍ୟ କାନ୍ଦନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହା ସେଠିକା ପରମ୍ପରା। କନିଆ କାନ୍ଦିବା ବର ପାଇଁ ଶୁଭ ସାବ୍ୟସ୍ତ ହୁଏ। ଆଜିକାଲିର ପାଠପଢ଼ୁଆ ଝିଅମାନେ ଏସବୁ ପୁରୁଣା ନିୟମ ମାନିବାକୁ ରାଜି ହେଉନାହାନ୍ତି। ଯେଉଁ କେତେଜଣ ଝିଅ କାନ୍ଦୁନାହାନ୍ତି, ସେମାନଙ୍କୁ ମାଡ଼ ମାରି କାନ୍ଦିବାକୁ ବାଧ୍ୟ କରାଯାଏ।

- Advertisement -

ଆଉ କେତେଜଣ ପ୍ରତିଦିନ ଘଣ୍ଟାଏ ଲେଖାଁ କାନ୍ଦିବାର ଅଭ୍ୟାସ ବି କରନ୍ତି। ଏମିତିକି କେତୋଟି ଝିଅଙ୍କୁ ପରିବାରଲୋକ ଦିନଦିନ ଉପାସରେ ରଖିବା ପରେ ସେମାନେ କାନ୍ଦନ୍ତି। ଭାରି ବିଚିତ୍ର ଏଇ ପରମ୍ପରା, ବିବାହ ପରେ ଝିଅ ବିଦାବେଳେ କନିଆ ଯେମିତି କଇଁ କଇଁ ହୋଇ କାନ୍ଦିବ, ତା ଘରଲୋକ ଝିଅ ହାତକୁ ଜୋର୍‌ରେ ଚିମୁଟି ଦିଅନ୍ତି। ଚୀନ୍‌ ଗାଁଗହଳିରେ କନିଆ ବିବାହବେଳେ ନ କାନ୍ଦିଲେ ଘରଲୋକ ସାହିପଡ଼ିଶାଙ୍କ ଆଗେ ଅପମାନିତ ହୁଅନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories