ଶୁକ୍ରବାରରେ ଏହି ରାଶିର ବ୍ୟକ୍ତି କୃଚ୍ଛ୍ର ସାଧନା ବଳରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ

ମେଷ- କୃଚ୍ଛ୍ର ସାଧନା ବଳରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ ଓ ସର୍ବତ୍ର ବିଜୟୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ସମର୍ପିତ ଜୀବନଯାପନ କରିବେ।
ବୃଷ-ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଧନାଗମର ମାର୍ଗ ଉନ୍ମୁକ୍ତ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିବେ। ମତିମାନ୍‌ ହେବେ। ନୀତିବାଦୀ ବ୍ୟକ୍ତିଭାବେ ଜନତାଙ୍କ ଆଦରର ପାତ୍ର ହେବେ।

ମିଥୁନ- ସତ୍‌ସଙ୍ଗରେ ସାଧୁମାନଙ୍କ ସାନ୍ନିଧ୍ୟ ପାଇବା ସହିତ ଆଶୀର୍ବାଦ ଭିକ୍ଷା କରି ଜନ୍ମଦିନର ଆଶା ଆକାଙ୍‌କ୍ଷା ପୂରଣ କରିବେ। ମିଷ୍ଟାନ୍ନରେ ଆଗନ୍ତୁକମାନଙ୍କୁ ଅତିଥିମାନଙ୍କୁ ଆପ୍ୟାୟିତ କରିପାରନ୍ତି।

କର୍କଟ- ବାକ୍‌ବିତଣ୍ଡାକୁ ପରିତ୍ୟାଗ ପୂର୍ବକ ମୌନାବତାରରେ ସାଧନା ଫଳବତୀ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ବ୍ୟବହାର ପରମ କଲ୍ୟାଣୀୟ ଓ ଭାଷା ସ୍ନେହାସ୍ପଦ ହେବ।

ସିଂହ-ନିଜେ କଷ୍ଟ ସହି ଅନ୍ୟମାନଙ୍କୁ ସୁଖ ବଣ୍ଟନ କରିବା ଆପଣଙ୍କ ଧ୍ୟେୟ ହୋଇପାରେ। ସ୍ବାଭିମାନୀ ଓ ପ୍ରୟାସୀ ହୋଇପାରନ୍ତି। ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି। ସେବକ ମନୋବୃତ୍ତିର ହେବେ।

କନ୍ୟା- ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ସତ୍‌ସଙ୍ଗରୁ ପାଇବେ ଶାନ୍ତି ଓ ସୁଖର ସୂତ୍ର। ପରୋପକାରରେ ବ୍ରତୀ ହୋଇ କୃପାନିଧାନଙ୍କ କୃପାପାତ୍ର ହେବେ। ବାଣିଜ୍ୟ କାରବାରକୁ ସ୍ବଳ୍ପ ଲାଭରେ ଖାଉଟିଙ୍କୁ ଦେବେ।

ତୁଳା- ଯଦି ବୁଦ୍ଧି, ବିବେକ ଓ ପ୍ରଜ୍ଞା ଚକ୍ଷୁରେ ଅବଲୋକନ କରି ଅନୁଶୀଳନ କରିବେ; ତେବେ ମନ ଚକ୍ଷୁ ଖୋଲିଯିବ ଓ ସତ୍ୟର ପୂଜାରୀ ହେବେ। ପ୍ରତିପ୍ରାଣାଙ୍କ କାର୍ଯ୍ୟ ଶୈଳୀକୁ ସମାଜରେ ପ୍ରଶଂସା କରିବେ।

ବିଚ୍ଛା- ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହୋଇପାରନ୍ତି। ବାକ୍ୟବୀର ନ ହୋଇ କର୍ମବୀର ହେବେ। ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହେବେ। ଆର୍ଥିକ ଅବସ୍ଥା ନିଅଁଟିଆ ହେବ।

ଧନୁ- ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ପରୋପକାରୀ ହେବେ।

ମକର- ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ସଦ୍‌ଗୁଣସମ୍ପନ୍ନ ହେବେ। ରାଗ, ​‌େ​‌ଦ୍ବଷ, ଅଭିନିବେଶ, ଅବିଦ୍ୟା ଓ ଅସ୍ପୃସ୍ୟତା ଦୂର କରିବାରେ ଆପଣ ସକ୍ଷମ ହେବେ।

କୁମ୍ଭ- ସ୍ବତନ୍ତ୍ର ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। କୀର୍ତ୍ତିର ସୀମା ନିର୍ଦୟ ହେବ ନାହିଁ। ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି। ମାୟାର ଚାରି ସେନାପତି କାମ, କ୍ରୋଧ, ଲୋଭ, ମୋହକୁ ବଶ କରିବାରେ ସକ୍ଷମ ହେବେ।

ମୀନ- ସଦ୍‌ଗୁଣସମ୍ପନ୍ନ ହେବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ନମ୍ରତାର ପ୍ରତୀକ ହୋଇପାରନ୍ତି। ସଂସ୍କାର ଧର୍ମୀ ପାରିବାରିକ ଚେତନାଯୁକ୍ତ ହେବେ। କାର୍ଯ୍ୟ ଫଳପ୍ରସୂ ହେବ। ଦୁଃଖ ଦୂର ହେବ।

Comments are closed.