www.samajalive.in
Saturday, December 6, 2025
16.1 C
Bhubaneswar

ଆମେରିକା ସହ ଯୁଦ୍ଧ ଏକ ବିପର୍ଯ୍ୟୟ ସୃଷ୍ଟି କରିବ: ଚୀନ

ସିଙ୍ଗାପୁର: ବିବାଦୀୟ ଦକ୍ଷିଣ ଚୀନ ସାଗରରେ ନୌସେନା ସଞ୍ଚାଳନ ପାଇଁ ସ୍ବାଧୀନତା ଏବଂ ସ୍ବଶାସିତ ତାଇୱାନକୁ ଆମେରିକା ସମର୍ଥନ କରିବା ପରେ ଚୀନ ସହ ଏହାର ସମ୍ପର୍କ ତିକ୍ତତା ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ଚୀନ ଆମେରିକାକୁ କଡ଼ା ବିରୋଧ କରୁଥିବା ବେଳେ ଉଭୟ ଦେଶର ବାଣିଜ୍ୟିକ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ଚୀନ ଆମେରିକାରେ ପ୍ରସ୍ତୁତ ସମସ୍ତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛି। ତେବେ ଏଭଳି ସ୍ଥିତିରେ ଆମେରିକା ସହିତ ଯୁଦ୍ଧ ଏକ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ଚୀନ କହିଛି।

ରବିବାର ସିଙ୍ଗାପୁରଠାରେ ଆୟୋଜିତ ଏସିଆର ପ୍ରତିରକ୍ଷା ସମ୍ମିଳନୀରେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱି ଫେଙ୍ଗେ ଯୋଗଦେଇ ଆମେରିକାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯଦି କେହି ତାଇୱାନକୁ ଚୀନଠାରୁ ଅଲଗା କରିବାକୁ ଚେଷ୍ଟା କରିବ, ତେବେ ଚୀନ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ। ଦରକାର ପଡ଼ିଲେ ତାଇୱାନ ଭଳି ପବିତ୍ର ଅଞ୍ଚଳକୁ ବଳପୂର୍ବକ ବେଜିଂ ନିଜ ଅଧୀନକୁ ନେବ ବୋଲି ସେ ଚେତାବନୀ ଦେଇଥିଲେ। ଚୀନକୁ ଭାଗ ଭାଗ କରିବା ଲାଗି ଯେକୌଣସି ଉଦ୍ୟମ କରାଗଲେ ବି ତାହା ସଫଳ ହେବନି। ତାଇୱାନ ପ୍ରସଙ୍ଗରେ କୌଣସି ହସ୍ତକ୍ଷେପ ସଫଳ ହେବନାହିଁ।

- Advertisement -

ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ଏବଂ ତାଇୱାନକୁ ଆମେରିକାର ସମର୍ଥନ ଓ ଦକ୍ଷିଣ ଚୀନ ସାଗରରେ ନୌସେନା ସଞ୍ଚାଳନ ପାଇଁ ସ୍ବାଧୀନତା ଲାଗି ଆମେରିକାର ପାଟ୍ରୋଲିଂ ଆଦି ପ୍ରସଙ୍ଗକୁ ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଏହା ମଧ୍ୟରେ ଶନିବାର ଆମେରିକାର ପ୍ରତିରକ୍ଷା ସଚିବ ପାଟ୍ରିକ ଶାନାହାନ ଏସିଆରେ ଚୀନର ବ୍ୟବହାରକୁ ନେଇ ଆମେରିକା ଚୁପ୍‌ ରହିବ ନାହିଁ ବୋଲି କହିଥିଲେ।

ଆମେରିକାର ଏହି ମନ୍ତବ୍ୟ ପରେ ରବିବାର ଚୀନ ପ୍ରତିରକ୍ଷା ମନ୍ତ୍ରୀ ଫେଙ୍ଗ ଜବାବ ଦେଇ କହିଛନ୍ତି, କେତେକ ବାହାର ଦେଶ ଦକ୍ଷିଣ ଚୀନ ସାଗରରେ ନୌସେନା ସଞ୍ଚାଳନର ସ୍ବାଧୀନତା ନାମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି। ବାଣିଜ୍ୟ ପ୍ରସଙ୍ଗରେ ଆମେରିକା ଯଦି ଆଲୋଚନା କରିବାକୁ ଚାହୁଁଛି ତା’ହେଲେ ଆମେ ଦ୍ବାର ଖୋଲା ରଖିବୁ ବୋଲି ସେ କହିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories