BJD Bijuli 480×75 Mob

ଭାରତରେ ବିକ୍ରି ପାଇଁ ଚୀନରେ ବହୁ ମାତ୍ରାରେ ତିଆରି ହେଉଛି ଇଲେକ୍ଟ୍ରିକ ସ୍କୁଟର

BJD Bijuli 480×75 Mob
0

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଚୀନ ନିର୍ମିତ ବିଦ୍ୟୁତଚାଳିତ ସ୍କୁଟର ଆଗାମୀ ଦିନରେ ଭଲ ବ୍ୟବସାୟ କରିବ ବୋଲି ମାଡ୍ରାସ ଆଇଆଇଟି ଅଧ୍ୟାପକ ଓ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ଡ଼ଃ ଅଶୋକ ଝୁନଝୁନୱାଲା କହିଛନ୍ତି। କେନ୍ଦ୍ର ସରକାର ବିଦ୍ୟୁତଚାଳିତ ସ୍କୁଟର ନିର୍ମାଣକୁ ନେଇ ତୁରନ୍ତ ନୀତି ଘୋଷଣା କରନ୍ତୁ, ନ ହେଲେ ଏହା ଭାରତୀୟ ବଜାରରେ ବହୁଳ ପ୍ରଭାବ ପକାଇବ ବୋଲି ଝୁନଝୁନୱାଲା କହିଛନ୍ତି। ଚୀନରେ ୨.୭ କୋଟି ବିଦ୍ୟୁତଚାଳିତ ସ୍କୁଟର ନିର୍ମାଣ କରାଯାଇଛି, ଏହାକୁ ଭାରତୀୟ ବଜାରରେ ପ୍ରବେଶ କରାଇବାକୁ ନେଇ ପ୍ରସ୍ତୁତ କରାଯାଉଛି। ମାତ୍ର ଭାରତରେ ସେହି ପରିମାଣରେ ବିଦ୍ୟୁତଚାଳିତ ସ୍କୁଟର ନିର୍ମାଣ କରାଯାଉନାହିଁ। ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ସ୍କୁଟର ଭାରତରେ ନିର୍ମାଣ କରାଯାଇଛି। ବେସରକାରୀ ସଂସ୍ଥା କ୍ଲାଇମେଣ୍ଟ ଟ୍ରେଣ୍ଡ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଝୁନଝୁନୱାଲା ଏ ବିଷୟରେ ସୂଚନା ଦେଇଛନ୍ତି।
ଏପରି ହେଲେ ରୋଜଗାର ଓ ନିଯୁକ୍ତିରେ ମଧ୍ୟ ପ୍ରଭାବ ପଡିବ ଏ ବିଷୟରେ ଭାରତ ସରକାର ଗୁରୁତ୍ୱଦେବା ଦରକାର ବୋଲି ସେ କହିଛନ୍ତି।

Leave A Reply