www.samajalive.in
Saturday, December 6, 2025
14.1 C
Bhubaneswar

ଚିଲିକାରେ ବିଦେଶାଗତ ପକ୍ଷୀଙ୍କ କଳରବ

ବ୍ରହ୍ମପୁର/ଖଲ୍ଲିକୋଟ : ଏସିଆ ମହାଦେଶର ସର୍ବବୃହତ ଲବଣ ହ୍ରଦ ଚିଲିକାର ପରିବେଶ ଏବେ ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖମରିତ ହୋଇଛି। ପର୍ଯ୍ୟଟନ ଋତୁ ପ୍ରାରମ୍ଭରୁ ହିଁ ବିଦେଶାଗତ ପକ୍ଷୀଙ୍କ କଳରବ ଚିଲିକାର ପ୍ରାକୃତିକ ପରିବେଶକୁ ଅଧିକ ବିମୋହିତ କରିଛି। ଶୀତ ଆଗମନରେ ରୋମାଞ୍ଚିତ ହୋଇ ଚିଲିକାର ଏହି ଲୁଣା ହ୍ରଦକୁ ସୁଦୂର ବିଦେଶରୁ ୧୨ ନଇଁ ତେର ପର୍ବତ ପାର୍ ହୋଇ ମଙ୍ଗୋଲିଆ , ସାଇବେରିଆ , ଆଫଗାନିସ୍ଥାନ , ଅଷ୍ଟ୍ରେଲିଆ , ରୁଷିଆ ଇତ୍ୟାଦି ଦେଶରୁ ପକ୍ଷୀମାନେ ଆସି ପହଞ୍ଚିଗଲେଣି। ମିଳଥିବା ସୂଚନା ଅନୁସାରେ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଚିଲିକାକୁ ୫୮ ପ୍ରଜାତିର ପ୍ରାୟ ୩୪ ହଜାରରୁ ଅଧିକ ଦେଶୀ ଓ ବିଦେଶୀ ପକ୍ଷୀ ଆସି ସାରିଲେଣି। ବିଶେଷ କରି ଚିଲିକା, ନଳବଣ, ରମ୍ଭା, ଭୁଷଣ୍ଡପୁର, ସାତପଡା ଆଦି ଅଞ୍ଚଳରେ ବିଭିନ୍ନ ପ୍ରଜାତିର ପକ୍ଷୀ ପହଞ୍ଚିଛନ୍ତି। ପକ୍ଷୀ ସୁରକ୍ଷା ପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୦ଟି ଶିବିର ଆୟୋଜନ କରାଯାଇଛି। ଚିଲିକା ଏବଂ ସଡକ ପଥରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜଳରାଶିରେ ମେସିନ ଓ ଦେଶୀ ଡଙ୍ଗାରେ ପାଟ୍ରୋଲିଂ କରାଯାଉଛି। ଏହି କାମରେ ପ୍ରାୟ ୬୦ଜଣ କର୍ମଚାରୀ ନିୟୋଜିତ ଥିବା ଏହି ସୂତ୍ରରୁ ସୂଚନା ମିଳିଛି।
ବର୍ଷର ଅର୍ଦ୍ଧାଧିକ ସମୟ ଚିଲିକାର ଆଭ୍ୟନ୍ତରୀଣ ଜଳରାଶିରେ ବିଦେଶାଗତ ପକ୍ଷୀ ବସବାସ କରିଥାନ୍ତି। ପ୍ରତିବର୍ଷ ସଲଭର, ପିନପାଏଲ, ଗୋଡୱାଲ, ଫ୍ଲାମିଞ୍ଜୋ, ପେଲିକାନ, ଗୋଡୱିଟ, ଅସିଆନ କ୍ଲି୍ୟୁ ଭଳି ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀମାନେ ଚିଲିକା ହ୍ରଦକୁ ଆସିଥାନ୍ତି । ସେଠାରେ ଉପଲବ୍ଧ ଦଳ, କବ୍ରା ଘାସ ଓ ଭାତୁଡ଼ି ପତ୍ରକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି। ଦଳଦଳ ପକ୍ଷୀ ଚିଲିକାରେ ଥିବା ପକ୍ଷୀ ଅଭୟାରଣ୍ୟ ନଳବଣ, ସାତପଡ଼ା, କାଳିଜାଇ ପାହାଡ଼ , ଗୋପକୁଦା , ସୁନାନାସି, କଙ୍କେଇ, ଅରଖକୁଦା, ସମଲାନ୍ସି , କଙ୍କଡକୁଡା, ସାଙ୍କୁଡା ପ୍ରଭୃତି କୁଦା ନିକଟବର୍ତ୍ତୀ ଚିଲିକା ଜଳରାଶିରେ ଦୀର୍ଘ ୬ ମାସ ରହିଥାନ୍ତି। ପକ୍ଷୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ସହ ଚିଲିକା ତଟବର୍ତ୍ତୀ ଗ୍ରାମଗୁଡିକରେ ପକ୍ଷୀ ସୁରକ୍ଷା ଶିବିର କରାଯାଇ ବିଦେଶାଗତ ପକ୍ଷୀଙ୍କୁ ସୁରକ୍ଷା ଦିଆଯାଉଛି। ରମ୍ଭା ବନ୍ୟପ୍ରାଣୀ ବିଭାଗ ତରଫରୁ ସହକାରୀ ରେଞ୍ଜର ରଶ୍ମିତା ଜେନା ଓ ବନପାଳ ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ କର୍ମଚାରୀ ସମଲ ଓ ସିପକୁଦାଠାରେ ପକ୍ଷୀ ସୁରକ୍ଷା ଶିବିର ଆୟୋଜନ କରି ଲୋକଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରାଉଛନ୍ତି। ରମ୍ଭା ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିବା ଚିଲିକା ଅଞ୍ଚଳରେ ପ୍ରାୟ ୩୦୦୦ରୁ ଅଧିକ ବିଦେଶାଗତ ପକ୍ଷୀ ଆସିସାରିଲେଣି। ସେହିପରି ରାଜଘାଇ , କେନ୍ଦୁଆ , ଦେବୀଝର, ଶାଳିଆ ପ୍ରଭୃତି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଜଳାଶୟରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories