www.samajalive.in
Wednesday, December 10, 2025
14.1 C
Bhubaneswar

ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣର ୨ ବର୍ଷ ବିତିଲା: ରାଜମିସ୍ତ୍ରୀଙ୍କୁ ମିଳିଲାନି ୩ ଲକ୍ଷ ଟଙ୍କା, ଥାନାରେ ଏତଲା

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ କାଳିଆପଟ୍ଟା ଗ୍ରାମର ତାରିଣୀ ଚରଣ ନାୟକ ମେ’ ୨୦୧୭ରେ ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଘାଇବାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହନିର୍ମାଣ ପାଇଁ ଆସିଥିବା ୩ ଲକ୍ଷ ଟଙ୍କାର କାମକୁ ନଭେମ୍ବର ୨୦୧୮ରେ ଶେଷ କରିଥିଲେ। କାମ ସରିବାର ୨ ବର୍ଷ ବିତିଯାଇଥିଲେ ମଧ୍ୟ ସେ ଆଜି ପର୍ୟ୍ୟନ୍ତ କାମର ଟଙ୍କା ପାଇନାହାନ୍ତି । ଗୃହ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ଇଟା, ବାଲି, ସିମେଣ୍ଟ, ପଥର, ମାଟି, ଲୁହାଛଡ ଆଦି ଧାର ଉଧାର କରି ବିଭିନ୍ନ ଲୋକଙ୍କଠାରୁ ଆଣିବା ସହ ଗୃହକାର୍ୟ୍ୟ ନିର୍ମାଣରେ ୮ଜଣ ଦିନ ମଜୁରିଆଙ୍କୁ ନିୟୋଜିତ କରିଥିଲେ। ସର୍ବଶିକ୍ଷା ଅଭିଯାନର କନିଷ୍ଠ ଯନ୍ତ୍ରୀ ଗୋପାଳକୃଷ୍ଣ ପାଢ଼ୀଙ୍କ ନାମରେ କାର୍ୟ୍ୟ।ଦେଶଟି ରହିଥିବାବେଳେ କାଳିଆପଟା ଗ୍ରାମ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଜୟ ଭାରତ ପାଣିଗ୍ରାହୀ କନିଷ୍ଠ ଯନ୍ତ୍ରୀଙ୍କ ପରାମର୍ଶ ନେଇ ତାରିଣୀକୁ ଶ୍ରେଣୀଗୃହ ନିର୍ମାଣ କରିବା ପାଇଁ କହିଥିଲେ। ବାରମ୍ଵାର ସେ ବିନିଯୋଗ କରିଥିବା ୩ ଲକ୍ଷ ଟଙ୍କା ଜେଇ ଓ ପାଣିଗ୍ରାହୀଙ୍କୁ ମାଗିବା ସତ୍ତ୍ଵେ ନ ମିଳିବାରୁ ଶେଷରେ ତାରିଣୀ ଜିଲ୍ଲା ଶ୍ରମ ଅଧିକାରୀ ପାରଳାଖେମୁଣ୍ଡି ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଡ଼ିପିସିଙ୍କ ପରାମର୍ଶକ୍ରମେ ତାରିଣୀ ମୋହନା ଥାନାରେ ଏତଲା ଦେଇଥିବା କହିଛନ୍ତି। ଏତଲାରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ପାଢ଼ୀ ଓ ଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କୁ ଖର୍ଚ୍ଚ ଟଙ୍କା ମାଗିବାରୁ ଉଭୟେ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଚମକ ଓ ଅସଦବ୍ୟବହାର କରିଥିବା ଲିଖିତ ଅଭିଯୋଗ କରିଛନ୍ତି। ପରନ୍ତୁ ୮ ଜଣ ଦିନ ମଜୁରିଆ ନିଜ ପାରିଶ୍ରମିକ ଅର୍ଥ ପାଇବା ନିମନ୍ତେ ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ପାଢୀ ଓ ଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ଉଭୟେ ତାରିଣୀ ଚରଣ ନାୟକଙ୍କୁ ଚିହ୍ନି ନ ଥିବା ଓ ତା ସହିତ କୌଣସି ପ୍ରକାର ସଂପର୍କ ନ ଥିବା କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories