www.samajalive.in
Monday, December 15, 2025
26.1 C
Bhubaneswar

କାରରେ ପୁଅକୁ ଲକ୍‌ କରି ସମୁଦ୍ର ସ୍ନାନ କରୁଥିଲେ ଦମ୍ପତି, ଶ୍ଵାସରୁଦ୍ଧ ଅବସ୍ଥାରେ ଉଦ୍ଧାର କଲା ପୁଲିସ

ଦୀଘା: ପଶ୍ଚିମବଙ୍ଗର ଦୀଘା ସମୁଦ୍ରକୂଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଜ ୫ବର୍ଷର ପୁଅକୁ କାର ଭିତରେ ଲକ୍‌ କରି ଏକ ଦମ୍ପତି ସମୁଦ୍ରସ୍ନାନର ମଜା ନେଉଥିଲେ। ଏପଟେ କାର୍‌ ଭିତରେ ପୁଅ ଶ୍ଵାସରୁଦ୍ଧ ହୋଇ କାନ୍ଦିବାରୁ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି କାଚ ଭାଙ୍ଗି ତା’କୁ ଉଦ୍ଧାର କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ବେଳେ ମା’ବାପାଙ୍କ ଦାୟିତ୍ଵହୀନତାକୁ ସାଧାରଣରେ ନିନ୍ଦା କରାଯାଇଛି।

ସୂଚନା ମୁତାବକ, ଉକ୍ତ ଦମ୍ପତି ପୁଅକୁ ସାଥୀରେ ନେଇ ବୁଲିବାକୁ ଆସିଥିଲେ। ସେମାନେ ଦୀଘା ସମୁଦ୍ରକୂଳ ରାସ୍ତା ଉପରେ କାର ରଖି ସମୁଦ୍ର ସ୍ନାନ କରିବାକୁ ଯାଇଥିଲେ। ଯିବା ସମୟରେ ପୁଅକୁ କାରରେ ଛାଡ଼ି ଗାଡ଼ିକୁ ଲକ୍‌ କରି ଚାଲିଯାଇଥିଲେ। ପୁଅଟି ଗାଡ଼ି ଭିତରେ ରହିବା ପରେ ଅମ୍ଳଜାନ ଅଭାବରୁ ଶ୍ଵାସରୁଦ୍ଧ ହୋଇପଡ଼ି ଜୋରରେ କାନ୍ଦିବାକୁ ଲାଗିଥିଲା। ସ୍ଥାନୀୟ ଲୋକେ ପିଲାଟିର ପାଟି ଶୁଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଗାଡ଼ିର କାଚ ଭାଙ୍ଗି ଶିଶୁଟିକୁ ଉଦ୍ଧାର କରିବା ସହିତ ମୃତ୍ୟୁମୁଖରୁ ରକ୍ଷା କରିବାରେ ସକ୍ଷମ ହୋଇଥିଲା। ଘଟଣା ପରେ ପୁଲିସ ପିଲାର ମା’ବାପାଙ୍କୁ ଥାନାକୁ ନେଇ ପୁନର୍ବାର ଏପରି ନ କରିବା ଲାଗି ଲିଖିତ ପ୍ରତିଶ୍ରୁତି ରଖିବା ପରେ ଛାଡ଼ିଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories