www.samajalive.in
Saturday, December 6, 2025
14.1 C
Bhubaneswar

୯୫ ପ୍ରତିଶତ ବୃଦ୍ଧି ପାଇଛି ଶିଶୁ ଅଶ୍ଳୀଳତା – ଗୁଗୁଲ, ଟ୍ୱିଟର, ହ୍ଵାଟ୍ସଆପକୁ ନୋଟିସ୍

ସମାଜ ପୋର୍ଟାଲ ଡେସ୍କ: ଲକଡାଉନ ସମୟରେ ଇଣ୍ଟରନେଟରେ ଶିଶୁ ଅଶ୍ଳୀଳତା ସହ ଜଡିତ ସର୍ଚ୍ଚ ବୃଦ୍ଧି ସମ୍ପର୍କରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ – ଏନସିପିସିଆର ଗୁଗୁଲ, ହ୍ଵାଟ୍ସଆପ ଏବଂ ଟ୍ୱିଟରକୁ ଉତ୍ତର ମାଗିଛି। ଏହି ତିନୋଟି ପ୍ରମୁଖ ଆଇଟି କମ୍ପାନୀର ଭାରତୀୟ ଶାଖାକୁ ଆୟୋଗ କହିଛି ଯେ ‘ଆଇସିପିଏଫ୍’ ନାମକ ଅନୁଷ୍ଠାନର ରିପୋର୍ଟ ପରେ ଏହି ଘଟଣାର ତଦନ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଶିଶୁ ଯୌନ ଉତ୍ପୀଡ଼ନ ସାମଗ୍ରୀ ସହ ଜଡିତ ଅଭିଯୋଗ ସଂଖ୍ୟା ଏବଂ ଏହି ସାମଗ୍ରୀ ଉପଲବ୍ଧ ନହେବା ପାଇଁ ସେହି କମ୍ପାନୀଗୁଡ଼ିକ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଏପ୍ରିଲ୍ ୩୦ ସୁଦ୍ଧା ଜଣାଇବାକୁ କୁହାଯାଇଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଲକ ଡାଉନ ସମୟରେ ଅନଲାଇନରେ ଶିଶୁମାନଙ୍କ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ସମ୍ପର୍କିତ ସର୍ଚ୍ଚ ବୃଦ୍ଧି ପାଇଥିବା ବିଷୟକୁ ନିଜ ଆଡୁ ଗ୍ରହଣ କରି ଏହି ନୋଟିସ ପଠାଇଛନ୍ତି।

- Advertisement -

ଆୟୋଗ ପକ୍ଷରୁ କୁହାଯାଇଛି ଯେ ଅଶ୍ଳୀଳ ସାମଗ୍ରୀ ପାଇବା ପାଇଁ କେତେକ ଆପର ଡାଉନଲୋଡ଼ ମଧ୍ୟ କରାଯାଇଛି ଯାହା ଏକ ଗମ୍ଭୀର ବିଷୟ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପିଲାମାନଙ୍କୁ ଶୋଷଣ କରୁଥିବା ଲୋକ ବର୍ତ୍ତମାନ ଅନଲାଇନରେ ଏହି ସାମଗ୍ରୀକୁ ସର୍ଚ୍ଚ କରିଛନ୍ତି ଯେଉଁଥି ପାଇଁ ଇଣ୍ଟରନେଟ ପିଲାମାନଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ କରିଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories