www.samajalive.in
Saturday, December 6, 2025
15.1 C
Bhubaneswar

ପିଲାଙ୍କ ପାଇଁ ସଚେତନତା

ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ମା’ମାନେ ପିଲାଙ୍କର ଖାଦ୍ୟପାନୀୟ ସମ୍ପର୍କରେ ସଚେତନ ହେବା ଜରୁରୀ। ଆପଣଙ୍କ ପିଲା ବିଦ୍ୟାଳୟ ଯିବା ସମୟରୁ ରାତି ଭୋଜନ ପର୍ଯ୍ୟନ୍ତ ଏକ ତାଲିକା ତିଆରି କରନ୍ତୁ। ଫାଇବର୍, ପ୍ରୋଟିନ୍, ଭିଟାମିନ୍ସ ଭରପୂର ସେମାନଙ୍କ ଖାଦ୍ୟରେ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞଙ୍କ ମତ।

ପ୍ୟାକେଟ୍ ଖାଦ୍ୟ ପିଲାଦିନରୁ ହିଁ ବନ୍ଦ କରିବା ଉଚିତ। ଚିପ୍ସ ହେଉ କିମ୍ବା ଅନ୍ୟ କୌଣସି ଜଙ୍କ୍‌ ଫୁଡ୍‌ ଏସବୁ ଆଦୌ ଦିଅନ୍ତୁନାହିଁ। କେତେଜଣ ମହିଳା ରେଡି ଟୁ ଇଟ୍ ଉପମା, ଇଡଲି ଓ ଦୋସା ବାଟଣ ମଧ୍ୟ ଫ୍ରିଜ୍‌ରେ ରଖିଥାନ୍ତି, ପିଲାଙ୍କ ବରାଦ୍ ଅନୁସାରେ ପରଷି ଦିଅନ୍ତି। ଏହା କରୁଥିଲେ, ସଚେତନ ହୋଇଯାନ୍ତୁ। କାରଣ ପ୍ୟାକେଟ୍ ଖାଦ୍ୟ କାରଣରୁ ପିଲାଙ୍କୁ କର୍କଟ ଭଳି ଭୟଙ୍କର ରୋଗ ହେବାର ଭୟ ରହିଛି।

ପିଲାଙ୍କୁ ଫାଇବର୍‌ଯୁକ୍ତ ଖାଦ୍ୟ ଦେବା ପୂର୍ବରୁ ଖାଦ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। କାରଣ ଫାଇବର୍‌ ଖାଦ୍ୟ ଆବଶ୍ୟକତାଠାରୁ ଅଧିକ ଖାଇଲେ ପେଟ ସମସ୍ୟା ଉପୁଜୁଥିବାର ଆଶଙ୍କା ଥାଏ। ୪ ବର୍ଷର ପିଲାକୁ ୧୫ ଗ୍ରାମ୍‌ର ଫାଇବର୍‌ ଆବଶ୍ୟକ ଥିବାବେଳେ ୧୦ ବର୍ଷର ପିଲା ନିମନ୍ତେ ୨୫-୩୦ ଗ୍ରାମ୍ ଫାଇବର୍‌ ଆବଶ୍ୟକତା ଥିବାର ଜଣାପଡ଼ିଛି।

- Advertisement -

ଦେଶୀ ଘିଅ, ସୋରିଷ ତେଲ ରନ୍ଧା ଖାଦ୍ୟ ସେମାନଙ୍କୁ ଖୁଆଇବା ଉଚିତ। ପିଲାଙ୍କ ସ୍ମୃତି ଶକ୍ତି ବୃଦ୍ଧି ନିମନ୍ତେ ଡ୍ରାଏଫ୍ରୁଟସ୍‌ ଅଳ୍ପ ପରିମାଣରେ ଦିଅନ୍ତୁ। ସେମାନଙ୍କ ନିମନ୍ତେ ସବୁଠୁ ଉତ୍ତମ ସକାଳ ଜଳଖିଆ ହେଲା, ଚୂଡ଼ା ଗୁଣ୍ଡ ଓ ଉଷୁମ ଖିର। ଏହି ଖାଦ୍ୟ ପିଲାର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଗାଁଗହଳିରେ ଏବେ ମଧ୍ୟ ସକାଳ ଜଳଖିଆ ଭାବେ ପିଲାଠାରୁ ବୟସ୍କ ଚୂଡ଼ା ହିଁ ଖାଇଥାନ୍ତି। ସହରୀ ପିଲା ପ୍ୟାକେଟ୍ ଖାଦ୍ୟ, ଅନ୍ୟାନ୍ୟ ସୁଆଦିଆ ବ୍ୟଞ୍ଜନ ଖାଇ ମଧ୍ୟ ରୋଗଗ୍ରସ୍ତ ହେଉଥିବାର ସର୍ବେକ୍ଷଣରୁ ପ୍ରକାଶିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories