www.samajalive.in
Saturday, December 13, 2025
26.1 C
Bhubaneswar

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ, ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ବନ୍ଦ କର

ନୂଆଦିଲ୍ଲୀ: କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ବ୍ୟବହାର କରି କିଛି ଲୋକ ଅର୍ଥ ରୋଜଗାର କରୁଛନ୍ତି। ଏହି ଶିଶୁଙ୍କ ନାମରେ ପାଣ୍ଠି ସଂଗ୍ରହ କରିବା ସହ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ବିଜ୍ଞାପନ ଦେଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ରୋକିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କୌଣସି ଏନଜିଓ ଯେପରି କରୋନାରେ ଅନାଥ ହୋଇଥିବା ପିଲାଙ୍କ ନାମରେ ପାଣ୍ଠି ସଂଗ୍ରହ ନକରନ୍ତି, ସେ ନେଇ ଦୃଷ୍ଟି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦେଶ ଦେଇଛନ୍ତି। ବିଚାରପତି ଏଲ୍ ନାଗେଶ୍ୱର ରାଓ ଏବଂ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ପୀଠ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ଏନଜିଓ କିମ୍ବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି।

କରୋନାରେ ଅନାଥ ପିଲାମାନଙ୍କୁ ବେଆଇନ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରାଯାଉଥିବା ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ଅଭିଯୋଗ କରିଥିଲେ। ଏହା ସହ ଅନେକ ବ୍ୟକ୍ତି ଏବଂ ସଂଗଠନ ଏହି ଅନାଥ ପିଲାଙ୍କର ସକ୍ରିୟ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କୁ ପୋଷ୍ୟ ସନ୍ତାନ ଏବଂ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ବୋଲି ଦାବି କରିଥିବା ନେଇ ଅଭିଯୋଗ ହୋଇଥିଲା।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories