www.samajalive.in
Thursday, December 11, 2025
16.1 C
Bhubaneswar

କାଳ ହେଲା ‘ମକ୍‌ ଡ୍ରିଲ୍‌’, ଅମ୍ଳଜାନ ନପାଇ ୨୨ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

https://youtu.be/ppeNqgjchCo

ଆଗ୍ରା: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ସଂକଟକୁ ନେଇ ଦେଶ କମ୍ପୁଥିବା ବେଳେ ଆଗ୍ରାର ଏକ ଘରୋଇ ଡାକ୍ତରଖାନାରେ ରୋଗୀଙ୍କୁ କିପରି ଅମ୍ଳଜାନ ଦିଆଯିବ, ଅମ୍ଳଜାନ ବିନା କିଏ ବଞ୍ଚିପାରୁଛି ବା ନ ପାରୁଛି ତାହାର ଅଭ୍ୟାସ ଚାଲୁଥିଲା। କର୍ତ୍ତୃପକ୍ଷଙ୍କର ଏହି ଅଭ୍ୟାସ ଖେଳ କରୋନା ଆକ୍ରାନ୍ତଙ୍କ ପାଇଁ ସେତେବେଳେ କାଳ ହୋଇଥିଲା ଏବଂ ୨୨ ରୋଗୀ ପ୍ରାଣ ହରାଇଥିଲେ। ଏହି ଘଟଣା ଏପ୍ରିଲ ୨୬ ଓ ୨୭ରେ ଘଟିଥିଲା।

- Advertisement -

କର୍ତ୍ତୃପକ୍ଷଙ୍କର ଏ ସମ୍ପର୍କିତ ଆଲୋଚନାର ଏକ ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜଣେ ବ୍ୟକ୍ତି ‘ଶ୍ରୀ ପାରସ୍‌ ହସ୍ପିଟାଲ’ ନାମକ ଡାକ୍ତରଖାନା ପରିଚାଳକ ଅରିଞ୍ଜୟ ଜୈନ୍‌ଙ୍କୁ ୨୨ଜଣଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରୁଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ଉତ୍ତର ପ୍ରଦେଶ ପ୍ରଶାସନ ସମ୍ପ୍ରତି ଏହି ଭିଡିଓ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରଖାନାକୁ ଜିଲା ପ୍ରଶାସନ ବନ୍ଦ କରିଦେଇଛି। ଏହା ଯଦି ସତ୍ୟ ହୋଇଥାଏ; ତେବେ ଅତ୍ୟନ୍ତ ସାଙ୍ଘାତିକ ବୋଲି କୁହାଯାଉଛି।

ଭିଡିଓରୁ ଯାହା ଦେଖା ଓ ଶୁଣାଯାଉଛି; ସେହି ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ପରିଚାଳକ ଅରିଞ୍ଜୟଙ୍କୁ କହୁଛନ୍ତି ଯେ ‘ଆମେ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀ ନଗରରେ ଅମ୍ଳଜାନ ସଂକଟ ସମ୍ପର୍କରେ ଅବଗତ କରିଛୁ। ଏଠାରେ ଅମ୍ଳଜାନ ଆଦୌ ନାହିଁ। ଆମେ ଲୋକଙ୍କୁ ବୁଝାଉଛୁ; କିନ୍ତୁ କିଏ ଶୁଣୁଛି ତ କିଏ ଶୁଣୁ ନାହିଁ। ଅମ୍ଳଜାନ ନ ଥିଲେ ମଧ୍ୟ ରୋଗୀ ଡାକ୍ତରଖାନା ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ଅଭ୍ୟାସ (ମକ୍ ଡ୍ରିଲ୍‌) ପରେ କ’ଣ ହେଉଛି ଦେଖିବା। ଅଭ୍ୟାସରୁ କିଏ ମରିବ ଆଉ କିଏ ବଞ୍ଚିପାରିବ ତାହା ସ୍ପଷ୍ଟ ହୋଇଯିବ; ତେବେ ପ୍ରଥମ ଅଭ୍ୟାସ ସକାଳ ୭ଟାରେ କରାଯାଇଛି। ଏ ସମ୍ପର୍କରେ କେହି କିଛି ଜାଣିପାରି ନାହାନ୍ତି। ମାତ୍ର ୫ ମିନିଟ୍‌ର ଅଭ୍ୟାସ ସମୟରେ ୨୨ ଜଣ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ସେମାନଙ୍କ ଶରୀର ନୀଳ ପଡ଼ିଯାଇଥିବା ଲକ୍ଷ୍ୟ କରାଯାଇଥିଲା’ ବୋଲି ସମ୍ପୃକ୍ତ ବ୍ୟକ୍ତି କହୁଥିବା ଶୁଣାଯାଉଛି। ସମ୍ପୃକ୍ତ ବ୍ୟକ୍ତି ଆହୁରି କହୁଛନ୍ତି ଯେ ଡାକ୍ତରଖାନାରେ ମୋଟ ୯୬ ରୋଗୀ ଥିଲେ। ସେମାନଙ୍କ ମଧ୍ୟରୁ ୭୪ଜଣଙ୍କ ଜୀବନ ରକ୍ଷା ହୋଇଛି। ଏପ୍ରିଲ ୨୮ରେ ଏହି ଭିଡିଓ ଉତ୍ତୋଳିତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ସମ୍ପର୍କ​‌େ​‌ର ପ୍ରସାରିତ ୪ଟି ଭିଡିଓ ଏବେ ପ୍ରଶାସନର ହସ୍ତଗତ ହୋଇଛି; ତେବେ ପରିଚାଳକ ଜୈନ୍‌ ଏହାକୁ ଜାଲ୍‌ ବୋଲି ଦାବି କରୁଛନ୍ତି। ଅପରପକ୍ଷରେ ଜିଲାପାଳ ପ୍ରଭୁ ନାରାୟଣ ସିଂହ କହିଛନ୍ତି ଯେ ଭିଡିଓର ତଦନ୍ତ ଚାଲିଛି; କିନ୍ତ ଘଟଣା ଦିନ ସେଠାରେ ମାତ୍ର ୪ଜଣଙ୍କ ମୃତ୍ୟୁ ହୋଇଥିବା ସରକାରଙ୍କ ନିକଟରେ ତଥ୍ୟ ରହିଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories