www.samajalive.in
Saturday, December 6, 2025
23.1 C
Bhubaneswar

ଅନ୍ଧ ବିଶ୍ୱାସ ; ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ଚିକିଟି : ଗଂଜାମ ଜିଲାର ଚିକିଟି ବ୍ଲକ ସମୁଦ୍ର ଉପକୂଳ ସୁନାପୁର ଗ୍ରାମରେ ଅନ୍ଧ ବିଶ୍ୱାସର ଶିକାର ହୋଇଛନ୍ତି ଜଣେ ୬୫ ବର୍ଷର ବୃଦ୍ଧ । ଗୁଣିଆ ସନ୍ଦେହରେ ଦିନ ଦି ପହରରେ ଗାଁ ମଝି ଘର ବାରଣ୍ଡାରେ ହୋଇଛି ମରଣାନ୍ତକ ଆକ୍ରମଣ । ଗ୍ରାମର କିଛି ଲୋକ ସଙ୍ଘ ଵଦ୍ଧ ହୋଇ ମରଣାନ୍ତକ ଆକ୍ରମଣ କରିଥିବା ପରିବାର ଲୋକେ  ଅଭିଯୋଗ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ବୃଦ୍ଧଙ୍କ ନାଁ ହରୀ ବେହେରା (୬୫ )। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।  ପରିବାର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଗ୍ରାମମୁଣ୍ଡରେ ମେରାଇନ ପୁଲିସ ଷ୍ଟେସନ ଥିବା ବେଳେ ଗ୍ରାମରେ ହିଟଲର ଶାସନ କୁ ତିବ୍ର ସମାଲୋଚନା କରାଯାଇଛି । ଏନେଇ ପୁଲିସ ପାଖରେ କୌଣସୀ ଖବର ନଥିବା ଓ କୌଣସୀ ଅଭିଯୋଗ ନଥିବା ପୁଲିସ କହିଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ସୁନାପୁର ଗ୍ରାମରେ ଲୋକେ ଛକା ପଞ୍ଝାରେ ଅଛନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories