ରାମେୟାପାଟଣାକୁ ପୁଣି ମାଡି ଆସିଲା ସମୁଦ୍ର; ଆତଙ୍କରେ ଅଞ୍ଚଳବାସୀ

ଚିକିଟି: ସମୁଦ୍ର ଉପକୂଳ ରାମେୟାପାଟଣାରେ ଚଳିତ ବର୍ଷ ପୁଣି ମାଡି ଅସିଛି ସମୁଦ୍ର । ଗାଁକୁ ମାଡ଼ ହେଉଛି ଜୁଆର । ଦୁଇଦିନ ମଧ୍ୟରେ ପ୍ରାୟ ଅଢେଇ ମିଟରଉଚ୍ଚରେ ଜୁଆର ଉଠିବା ଫଳରେ ପ୍ରାୟ ସମୁଦ୍ର ଅଧା କିଲୋମିଟର ଗାଁ ଆଡ଼କୁ ମାଡି ଆସି ଗାଁ ମୁଣ୍ଡରେ ଜୁଆର ମାଡ଼ ହେଉଛି । ଠିକ ଏହି ଋତୁ ଆସିଲେ ବହୁଦା  ନଦୀରେ ବନ୍ୟା ଆସେ ।  ବନ୍ୟା ପାଣି ସମୁଦ୍ର ଭିତରକୁ ପ୍ରବେଶ କରି ନପାରି ସମୁଦ୍ର ଜୁଆରରେ ନଦୀ ଫୁଲି ଯାଏ ଓ ଜୁଆରର ତୀବ୍ରତା ବୃଦ୍ଧି ହୋଇଥାଏ । ପ୍ରତିବର୍ଷ ଏହି ପ୍ରକ୍ରିୟାରେ ଜୁଆର ମାଡ଼ ହୋଇ ଘର ଧନ ସମ୍ପତ୍ତି ନଷ୍ଟ ହେଉଛି ।

prayash

ଏହି ବ୍ଲକ କତୁରୁ ପଞ୍ଚାୟତର ରାମେୟାପାଟଣା ଗ୍ରାମ, ପରିବାର ସଂଖ୍ୟା ପାଖାପାଖି ୬୫୦ଜଣ ହେବ । ଜନସଂଖ୍ୟା ତିନି ହଜାରରୁ ଅଧିକ । ଏହି ଗ୍ରାମରେ ପ୍ରାୟ ସମସ୍ତେ ମତ୍ସ୍ୟଜୀବୀ ପରିବାର , ସମୁଦ୍ରରେ ମାଛମାରି ଜୀବନ ଜୀବିକା ନିର୍ବାହ କରିଥାନ୍ତି । ସମୁଦ୍ରର ଉଚ୍ଚ ଜୁଆର ସେମାନଙ୍କ ଖେଳ ସଦୃଶ. ହୋଇଥିଲେ ମଧ୍ୟ ଛୋଟ ବଡ଼ ସମସ୍ତେ ସମୁଦ୍ରରେ ଡ଼ଙ୍ଗା ଚଳାନ୍ତି ଓ ମାଛମାରନ୍ତି । କିନ୍ତୁ ଏବେ ପ୍ରାୟ ୧୪ବର୍ଷ ହେଲା ଏହି ଗ୍ରାମକୁ ସମୁଦ୍ର ଡରାଉଛି । ବାରମ୍ବାର ଗାଁକୁ ମାଡି ଆସୁଛି ସମୁଦ୍ର । ଭାଙ୍ଗିଦେଲାଣି କୂଳକୁ ଲାଗି ରହିଥିବା ଘରଦ୍ୱାର ।  ଅନୁସନ୍ଧାନରୁ ଜଣାଯାଏ ଯେ ଗତ ୨୦୦୮ରେ ପ୍ରଥମ ଥର ପାଇଁ ଗାଁ ଆଡ଼କୁ ମାଡି ଆସିଥିଲା ସମୁଦ୍ର । ସାଗରର ଜୁଆରରେ ଧୋଇ ହୋଇଯାଇଥିଲା ବେଳାଭୂମି ।

ସମୁଦ୍ର ଗର୍ଭକୁ ଟାଣି ନେଇଥିଲା ନଡ଼ିଆ ଗଛ ଓ ଘରଦ୍ୱାର । ସମୁଦ୍ର ମାଡ଼ି ଆସିବାରୁ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଥିଲେ ଅଞ୍ଚଳବାସୀ । ସୁନପୁର ନିକଟରେ ପୋତି ହୋଇଥିବା ମୁହାଁଣକୁ ଖୋଲାଗଲା , ମୁହାଁଣ ଖୋଲିବା ପରେ ପୁଣି ପଛକୁ ହଟି ଯାଇଥିଲା ସମୁଦ୍ର । ଦୀର୍ଘ ୮ ବର୍ଷ ପର୍ଯ୍ୟନ୍ତ ସମୁଦ୍ର ଓ ଗ୍ରାମ ମଧ୍ୟରେ ବ୍ୟବଧାନ ରହିଥିଲା । ପୁଣି ୨୦୧୬ ମସିହାରେ ମାଡ଼ିଆସିଥିଲା ସମୁଦ୍ର ।ସେହି ବର୍ଷ ଠାରୁ କ୍ରମାଗତ କୁଲ ଲଂଘୁଛି  ସମୁଦ୍ର । ବାରମ୍ବାର ଏପରି ଘର ଦ୍ୱାର ଭାଙ୍ଗି କ୍ଷତି ସହିଥିବା ଲୋକେ ଏବେ ଚିନ୍ତାରେ । ସବୁଠାରୁ ବଡ଼ କଥାହେଲା ବାରମ୍ବାର ବିପର୍ଯ୍ୟୟ ପରେ ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ଓ ଜଳ ସମ୍ପଦ ବିଭାଗକୁ ଦେଇଛି ଦାୟିତ୍ୱ ଓ ସୁରକ୍ଷା ପାଚେରୀ ପାଇଁ କରିଥିଲ ଆକଳନ  ।  କେବେ ସୁରକ୍ଷା ପାଚେରୀ ନିର୍ମାଣ ହେବ ଓ କେବେ ଏହି ଗ୍ରାମର ସମସ୍ୟା ସୁଧୁରିବ ତାହା ଆଗାମୀ ସମୟ କହିବ ।

kalyan agarbati

Comments are closed.