www.samajalive.in
Saturday, December 6, 2025
15.1 C
Bhubaneswar

ବାହୁଦା ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଓ କର୍ମକର୍ତ୍ତା ମନୋନୀତ

ଚିକିଟି  : ଚିକିଟି ବ୍ଳକ ଝାଟିପଦର ଉଚ୍ଚ ବିଦ୍ୟାଳୟ ଠାରେ ବାହୁଦା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ କବିତା ଆସର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷାବିତ ଦୁର୍ଗା ମାଧବ ମହାରଣା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧକ୍ଷ ଡଃ ଲମ୍ବୋଦର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ସରୋଜ ମୋହନ ପାଳ, ସମ୍ମାନନୀୟ  ଅତିଥି ଅଧ୍ୟାପକ ତ୍ରିଲୋଚନ ଦାସ, ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ସମ୍ପାଦକ ମାଧବ ବାଡତ୍ୟା, ଅଧ୍ୟାପକ ସଞ୍ଜୟ ପଣ୍ଡା , ପ୍ରଧାନ ଶିକ୍ଷକ ବୃନ୍ଦାବନ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିବାବେଳେ ସମ୍ପାଦିକା ସଂହିତା ମହାନ୍ତି ଅତିଥି ପରିଚୟ ପ୍ରଦାନ ପୂର୍ବକ ବିବରଣୀ ପାଠ କରିଥିଲେ। ସଂଯୋଜକ ଭାବେ ସୁଶାନ୍ତ କୁମାର ପଟ୍ଟନାୟକ, ଚିନ୍ମୟ ରଞ୍ଜନ ମିଶ୍ର ମିଳିତ ଭାବେ କବିତା ସଂଯୋଜନା କରିଥିଲେ। ଏହି ଅବସରରେ ଅନେକ ଉଦୀୟମାନ କବି ନିଜର ସ୍ୱରଚିତ କବିତା ପାଠ କରିଥିବା ବେଳେ ରମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories