ଭବାନୀପାଟଣା ଓ ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ

ଭୁବନେଶ୍ଵର: କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆମ ସରକାର ହେଉଛି ଲୋକଙ୍କ ସରକାର। ଆଗାମୀ ଦିନରେ ସରକାର ଲୋକଙ୍କ ପାଖକୁ ଯିବେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଭବାନୀପାଟଣାରେ ହେବ ଓ ସମ୍ବଲପୁରରେ ମଧ୍ୟ ହେବ। ଏଣିକି ଭବାନୀପାଟଣା ଓ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି ସେ କହିଥିଲେ।
ଉତ୍କୃଷ୍ଟ କଳା ଓ ସ୍ୱଚ୍ଛ ହୃଦୟର ଅଞ୍ଚଳ ହେଉଛି କଳାହାଣ୍ଡି। କଳାହାଣ୍ଡି ଅଞ୍ଚଳବାସୀଙ୍କ ଦାବୀ ଅନୁଯାୟୀ ଇନ୍ଦ୍ରାବତୀ ବହୁମୁଖୀ ଜଳ ପ୍ରକଳ୍ପର ବାମ ପାର୍ଶ୍ୱ କେନାଲର କଂକ୍ରିଟ୍ ଲାଇନିଂ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ । ଭବିଷ୍ୟତରେ ଆଉ ଯେପରି କେହି ଦାନ ମାଝୀ ପରି ଅବହେଳାର ଶିକାର ନ ହୁଅନ୍ତି, ସେଥିପାଇଁ ଆମ ସରକାର ୧୦୯ ଆମ୍ବୁଲାନ୍ସ ବ୍ୟବସ୍ଥା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
Comments are closed.