ସୋମବାର ୫ ଜିଲ୍ଲାକୁ ଗଡିବ ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ଵର: ରାଜ୍ୟରେ ପରିବହନ କ୍ଷେତ୍ର ଆହୁରି ସହଜ ହେବ । ଗାଁରୁ ସବୁ ସହର ଯୋଡିହେବ । ସୋମବାର ଲକ୍ଷ୍ମୀ ଯୋଜନାରେ ଆଉ ୫ ଜିଲ୍ଲାକୁ ବସ୍ ଗଡିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ବରଗଡ଼, ବଲାଙ୍ଗୀର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବ। ମୋଟ୍ ୪୨୫ଟି ବସ୍ର ଲୋକାର୍ପଣ କରାଯିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, କୋରାପୁଟ, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଲକ୍ଷ୍ମୀ ସେବା ଆରମ୍ଭ ହୋଇସାରିଛି । ତେବେ ଆସନ୍ତା ୧୬ ତାରିଖରେ ଆଉ ୫ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଆରମ୍ଭ କରାଯିବା ନେଇ ସୂଚନା ରହିଛି।
Comments are closed.