www.samajalive.in
Tuesday, December 9, 2025
23.1 C
Bhubaneswar

ମହାପ୍ରଭୁଙ୍କ ରଥ ଯାତ୍ରା ପୂର୍ବ ଦିନ ବଡ଼ ଦାଣ୍ଡ ସଫେଇ କରି ସ୍ବଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ବଡ଼ ଦାଣ୍ଡରେ ରଥ ଯାତ୍ରା ଅବ୍ୟବହିତ ପୂର୍ବରୁ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ସ୍ବଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଝାଡୁ ଧରି ବଡ଼ ଦାଣ୍ଡ ଉପରୁ ଅଳିଆ ସଫା କରିଥିଲେ। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ସାଂସଦ ଓ ବିଧାୟକ ମାନେ ଉପସ୍ଥିତ ଥିଲେ।

- Advertisement -

ମହାପ୍ରଭୁଙ୍କ ବଡ଼ଦାଣ୍ଡ ଉପରେ ରଥରେ ଯିବା ପୁର୍ବ ଦିନ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସମସ୍ତଙ୍କୁ ସଚେତନ କରିବାରେ ଏକ ବଡ଼ ଉଦାହରଣ। ଏହି ଅବସରରେ ସମସ୍ତେ ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ସହିତ ସିଙ୍ଗଲ ୟୁଉଜ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ମୁଖ୍ୟମନ୍ତ୍ରୀ ଜନ ସାଧାରଣଙ୍କୁ ନିବେଦନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସହିତ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ଯୋଗ ଦେଇଥିଲେ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories