www.samajalive.in
Wednesday, November 12, 2025
19.1 C
Bhubaneswar

ଭିଡିଓରେ ଦେଖନ୍ତୁ; କେମିତି ଚଳନ୍ତା ଟ୍ରେନ୍‌ରେ ଝରକା କଡରୁ ପିଲାଟି ହାତରୁ ଚୋରି ହେଲା ମୋବାଇଲ୍‌..

ନୂଆଦିଲ୍ଲୀ : ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଝରକା ନିକଟ ସିଟ୍‌ରେ ବସିବାକୁ ପସନ୍ଦ କରନ୍ତି। ଝରକା ନିକଟରେ ବସିବା ସମୟରେ ବାହାରର ଦୃଶ୍ୟ ଦେଖିବାକୁ ମିଳିଥାଏ । ସତେଜ ପବନ ମଧ୍ୟ ମିଳିଥାଏ । ଅଧିକାଂଶ ଲୋକେ ଝରକା ନିକଟରେ ବସିବା ସହ ମୋବାଇଲ୍‌ ଫୋନ୍‌ ମଧ୍ୟ ବ୍ୟବହାର କରନ୍ତି ଓ ଚୋରକୁ ନିମନ୍ତ୍ରଣ କରନ୍ତି। ନିକଟରେ ଏଭଳି ହିଁ ଏକ ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି।

୩୫ ବର୍ଷ ବୟସ ପରେ.. ଧନ ଠାରୁ ଆରମ୍ଭ କରି ସଫଳତା ପାଆନ୍ତି ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି, ସବୁ ସ୍ୱପ୍ନ ହୁଏ ପୂରଣ..

- Advertisement -

ଭିଡିଓରେ ଦେଖିପାରିବେ, ଏକ ଶିଶୁ ଝରକା ପାଖ ସିଟ୍‌ରେ ବସି ଫୋନ୍‌ ଦେଖୁଛନ୍ତି । ନିକଟରେ ଆଉ ଜଣେ ଶିଶୁ ମଧ୍ୟ ଅଛନ୍ତି । ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତି ଝରକା ନିକଟକୁ ଆସି ପିଲାଟି ହାତରୁ ଫୋନ୍‌ ଛଡାଇ ନେଉଛନ୍ତି । ପିଲାଟି ଏହା ପରେ ଖୁବ୍‌ ଜୋରରେ ପାଟି କରୁଛି । ମାତ୍ର କେଇ ସେକେଣ୍ଡରେ ଚୋର ପିଲାଟି ହାତରୁ ଫୋନ୍‌ ନେଇ ଫେରାର୍‌ ହୋଇ ଯାଉଛି । କିଛି ଲୋକେ ଏହାର ଭିଡିଓ ରେକର୍ଡ କରିଥିବା ଜଣାପଡିଛି।

୧୦ ଅକ୍ଟୋବରରରୁ ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବ ବୁଧଙ୍କ ରାଶି ପରିବର୍ତ୍ତନ..

ଏହି ଭିଡିଓକୁ ୧ ଅକ୍ଟୋବରରେ ଶେୟାର କରାଯାଇଛି। ବର୍ତ୍ତମାନ ଫୋନ୍‌ ଚୋରି ହେବା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଭିଡିଓଟି କେଉଁ ସ୍ଥାନର ତାହାର ସ୍ପଷ୍ଟତା ମିଳିନାହିଁ । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଲେଣି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories