www.samajalive.in
Saturday, December 6, 2025
16.1 C
Bhubaneswar

ମନ୍ତ୍ରୀ ପଦରୁ ବିଦା ହେଲେ ପାର୍ଥ ଟାଚାର୍ଜୀ

କଲକାତା : ଶେଷରେ ମନ୍ତ୍ରୀ ପଦରୁ ବିଦା ହେଲେ ପାର୍ଥ ଟାଚାର୍ଜୀ । ଗୁରୁବାର ରାଜ୍ୟ କ୍ୟାବିନେଟ ବୈଠକରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଟାଚାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପାର୍ଥ ଟାଚାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଛି । ବିଭିନ୍ନ ମହଲରୁ ଚାପ ପରେ ମମତା ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି।

ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଇଡି ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ଏବେ ଇଡି ହାଜତରେ ଥିବାବେଳେ ସେମାନଙ୍କୁ ନିୟମିତ ଜେରା କରାଯାଉଛି । ଜେରା ସମୟରେ ଅର୍ପିତା କହିଥିଲେ ଯେ, ପାର୍ଥ ତାଙ୍କ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରିଥିଲେ । ତାଙ୍କ ଘରେ ପାର୍ଥ ଟଙ୍କା, ଗୋପନୀୟ କାଗଜପତ୍ର ସବୁ ଜମା କରି ରଖିଥିଲେ । ତାଙ୍କ ଘରୁ ଯେଉଁ ଟଙ୍କା ଓ ସମ୍ପତ୍ତି କାଗଜପତ୍ର ସବୁ ଜବତ ହୋଇଛି ତାହା ପାର୍ଥଙ୍କର। ଯେଉଁ ଘରେ ଟଙ୍କା ଓ କାଗଜପତ୍ର ରଖାଯାଇଥିଲା ସେଠାକୁ ପାର୍ଥ ପ୍ରତି ସପ୍ତାହ କିମ୍ବା ୧୦ ଦିନରେ ଥରେ ବୁଲିବାକୁ ଯାଉଥିଲେ । ଅର୍ପିତାଙ୍କ ବ୍ୟତୀତ ଅନ୍ୟ ଜଣେ ମହିଳାଙ୍କ ଘରେ ମଧ୍ୟ ପାର୍ଥ ଟଙ୍କା ଜମା କରିଥିବା ସେ କହିଛନ୍ତି।

- Advertisement -

ଅନ୍ୟ ପକ୍ଷରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ପାର୍ଥ ଗିରଫ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଠାରୁ ଦୂରେଇ ଯାଇଥିଲେ। ଦୁର୍ନୀତିରେ ଯିଏ ଦୋଷୀ ସିଏ ଦଣ୍ଡ ପାଉ ବୋଲି ମମତା ପୂର୍ବରୁ କହିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories