କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ରେଳ ଚଳାଚଳ ସ୍ବଭାବିକ ପାଇଁ ଚାଲିଛି ପ୍ରୟାସ

ଭୁବନେଶ୍ଵର; କଟକର ନେରଗୁଣ୍ଡି ଷ୍ଟେସନ ନିକଟରେ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରର ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସହାୟତା ପ୍ରଦାନ କରୁଛନ୍ତି ଏବଂ ରେଳ ଚଳାଚଳ ଶୀଘ୍ର ସ୍ୱାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ସହାୟତା ଯୋଗାଇବା ପାଇଁ ଏକ ହେଲପଲାଇନ୍ ଜାରି କରାଯାଇଛି ଏବଂ ଏହି ହେଲପଲାଇନ ନମ୍ବର ସକ୍ରିୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

Comments are closed.