www.samajalive.in
Saturday, December 13, 2025
27.1 C
Bhubaneswar

କୁନୋରୁ ଆସିଲା ଖୁସିଖବର, ଜନ୍ମ ନେଲେ ୫ ଶାବକ

ନୂଆଦିଲ୍ଲୀ : କୁନୋ ଜାତୀୟ ଉଦ୍ୟାନରୁ ଖୁସି ଖବର ଆସିଛି । ଚିତା ଗାମିନୀ ୫ ଶାବକଙ୍କୁ ଜନ୍ମ ଦେଇଛି । କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି । ସେ ଏକ୍ସରେ କହିଛନ୍ତି କି ‘ହାଇ ଫାଇଭ୍ , କୁନୋ ! ଦକ୍ଷିଣ ଆଫ୍ରିକାରୁ ଆସିଥିବା ୫ ବର୍ଷର ଗାମିନୀ ଚିତା ଆଜି ୫ ଶାବକଙ୍କୁ ଜନ୍ମ ଦେଇଛି । ଏବେ ଭାରତରେ ଚିତା ଶାବକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩ ହୋଇଯାଇଛି ।’

- Advertisement -

ଭାରତରେ ଚିତାଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ପ୍ରୋଜେକ୍ଟ ଚିତା ଆରମ୍ଭ କରାଯାଇଥିଲା । ତଦନୁସାରେ ଦକ୍ଷିଣ ଆଫ୍ରିକା ଏବଂ ନାମିବିୟାରୁ ୨ ପର୍ଯ୍ୟାୟରେ ସମୁଦାୟ ୨୦ ଚିତା ଅଣାଯାଇଥିଲା । ଏଥିରୁ ଏପର୍ଯ୍ୟନ୍ତ ୭ଟି ଚିତାଙ୍କ ମୃତ୍ୟୁ ହୋଇଛି । କୁନୋରେ ଏପର୍ଯ୍ୟନ୍ତ ୧୩ଟି ଶାବକଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଜାନୁୟାରୀ ମାସରେ ମଧ୍ୟ କୁନୋ ଜାତୀୟ ଉଦ୍ୟାନରେ ୨ ଶାବକ ଜନ୍ମ ନେଇଥିଲେ । ଚିତା ଆଶା ୨ଟି ଶାବକଙ୍କୁ ଜନ୍ମ ଦେଇଥିଲା ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories