www.samajalive.in
Friday, December 12, 2025
16.1 C
Bhubaneswar

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

ଦୋବଲ : ରାତିରେ ପଶି ଲୁଟିନେଲେ ସୁନା ଅଳଙ୍କାର। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଚୁଡାକୁଟି ବଜାରରେ ଥିବା ଜଗା କାଳିଆ ଜୁଏଲାରୀ ଦୋକାନରୁ ଗତ କାଲି ରାତ୍ରରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ରୂପା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବରରୁ ଜଣାଯାଏ; ଚୁଡାକୁଟି ବଜାରରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ରବୀନ୍ଦ୍ର କୁଣ୍ଡୁ ଦୀର୍ଘ ଦିନ ହେବ ସୁନା ଦୋକାନ କରିଥିଲେ। ଗତ କାଲି ରାତି ସମୟରେ ୪ଜଣ ଦୃବୃତ ପହଞ୍ଚି ପ୍ରଥମେ ନିକଟରେ ଥିବା ମିଠା ଦୋକାନିକୁ ବନ୍ଧକ ରଖି ୨୨ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଇଥିଲେ।

- Advertisement -

ଏହାପରେ ନିକଟରେ ଥିବା ସୁନା ଦୋକାନର ସଟର କାଟି ରଖିଥିବା ସୁନା ଅଳଙ୍କାର ଓ ରୂପା ଜିନିଷ ଚୋରୀ କରି ଫେରାର ହୋଇଯାଇଥିଲେ। ଖବର ପାଇ କମ୍ପ୍ଲେକ୍ସ ମାଲିକ ପହଞ୍ଚି ମିଠା ଦୋକାନୀଙ୍କୁ ଉଦ୍ଧାର କରିବା ସହ ପୋଲିସ୍ କୁ ଖବର ଦେଇଥିଲ। ତେବେ ପୋଲିସ ପହଞ୍ଚି ତଦନ୍ତ ଚଳାଇବା ସହ ଅଧିକ ତଦନ୍ତ ପାଇଁ ଭଦ୍ରକ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପକ୍ଷେ

ପୋଲିସର ପେଟ୍ରୋଲିଙ୍ଗ ହେଉନଥିବାରୁ ଧାମନଗର ଅଞ୍ଚଳରେ ବାରମ୍ବାର ଚୋରୀ ଛିନ୍ତାଇ ଭଳି ଘଟଣା ବଢି ଚାଲିଥିବା ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories