ବଲାଙ୍ଗିର ଓପନ୍ ଫିଡେ ରେଟିଂ ଚେସ୍ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର: ବଲାଙ୍ଗିର ଜିଲା ଚେସ୍ ଆସୋସିଏସନ୍(ଡିସିଏବି) ପକ୍ଷରୁ ଆୟୋଜିତ ପ୍ରଥମ ବଲାଙ୍ଗିର ଓପନ୍ ଫିଡେ ରେଟିଂ ଚେସ୍ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ସୁଦପଡ଼ା ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲାପାଳ ଶ୍ରୀ ରାଣା ଯୋଗଦେଇ ଡିସିଏବିର ଆୟୋଜନକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଜିଲାରୁ ଭଲ ଚେସ୍ ଖେଳାଳି ବାହାରିବେ ବୋଲି ଆଶା କରିଥିଲେ। ପ୍ରଶାସନ ପକ୍ଷରୁ ଜିଲାରେ କ୍ରୀଡ଼ାର ବିକାଶ ତଥା ଉନ୍ନତ ଭିତ୍ତିଭୂମି ଉଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିବା ସେ ପ୍ରକାଶ କରିଥିଲେ।

 

prayash

ଏହି ଅବସରରେ ବୌଦ୍ଧ, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ ଜିଲାର ଚେସ୍ ଆସୋସିଏସନ୍ର ସଂପାଦକମାନେ, ଚିଫ ଅର୍ବିଟର ଭବେଶ ମହାନ୍ତି, କୈଳାସ ମିଶ୍ର, ସୁକଦେବ ଗୁରୁ ମଞ୍ଚାସୀନ ଥିଲେ। ଜିଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ସଭାରେ ପୌରହିତ୍ୟ କରିଥିବା ବେଳେ ବିରେନ୍ଦ୍ର କୁମାର ଦଳେଇ ସ୍ୱାଗତ ଭାଷଣ ଦେଇଥିଲେ। ପରେ ପରେ ଜିଲାପାଳ ଶ୍ରୀ ରାଣା ପ୍ରିୟବ୍ରତ ପଣ୍ଡାଙ୍କ ସହ ଚେସ୍ ଖେଳି ପ୍ରତିଯୋଗିତା ଆନୁଷ୍ଠାନିକ ଉଦଘାଟନ କରିଥିଲେ। ବିଶ୍ୱରଞ୍ଜନ ଡାକୁଆ, ସରୋଜ କାନ୍ତ ବେହରା, ମନୋଜ କୁମାର ସାହୁ, ରାଜେଶ ପାଣିଗ୍ରାହୀ, ଶେଷଦେବ ନାଏକ, କରୁଣାକର ପାତ୍ର, ସୁଦପଡ଼ା ଯୁବକ ସଂଘର ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.