www.samajalive.in
Saturday, December 6, 2025
16.1 C
Bhubaneswar

ଅଗଷ୍ଟ ୧୫ରୁ ଚେନ୍ନଇ ସୁପର କିଙ୍ଗର ଅଭ୍ୟାସ ଆରମ୍ଭ; ଚାଟାର୍ଡ଼ ବିମାନରେ ପହଞ୍ଚିବେ ଧୋନୀ-ରୈନା

ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲ୍ । ଏଥିନିମନ୍ତେ ଅଗଷ୍ଟ ୨୦ରୁ ବିଭିନ୍ନ ଦଳ ୟୁଏଇ ଅଭିମୁଖେ ଯାତ୍ରା କରିବେ । ଏହା ପୂର୍ବରୁ ପ୍ରଥମେ ଚେନ୍ନାଇ ସୁପରକିଙ୍ଗ ଚେନ୍ନାଇରେ ଟ୍ରେନିଂ ଓ ଅଭ୍ୟାସ ଆରମ୍ଭ କରିବ । ଆସନ୍ତା ୧୫ରେ ଅଭ୍ୟାସ ଶିବିର ଆରମ୍ଭ ପୂର୍ବରୁ ଚାଟାର୍ଡ଼ ବିମାନରେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚେନ୍ନାଇରେ ପହଞ୍ଚିବେ । ଅନୁରୂପ ଭାବରେ ପୀୟୂଷ ଚାୱଲା, ସୁରେଶ ରୈନା, ରବୀନ୍ଦ୍ର ଜାଡ଼େଜା ମଧ୍ୟ ଚାଟାର୍ଡ଼ ବିମାନରେ ଷ୍ଟାଡ଼ିଅମରେ ପହଞ୍ଚିବେ ।

ଧୋନୀଙ୍କ ଦଳ ଅଗଷ୍ଟ ୧୦ରେ ୟୁଏଇ ଯିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ମାତ୍ର ପ୍ରୋଟୋକଲ ଦୃଷ୍ଟିରୁ ଆଇସିସି ଏହି ପ୍ରସ୍ତାବକୁ ଗ୍ରହଣ କରିନାହିଁ । ତେଣୁ ତାଙ୍କ ଦଳ ୧୫ ତାରିଖରୁ ଚିଦାମ୍ବରମ ଷ୍ଟାଡ଼ିଅମରେ ଅଭ୍ୟାସ କରିବ ବୋଲି ସୂଚନା ମିଳିଛି । ତାଙ୍କ ସହ ରବୀନ୍ଦ୍ର ଜାଡ଼େଜା, ସୁରେଶ ରୈନା, ପୀୟୂଷ ଚାୱଲା ମଧ୍ୟ ଏଥିରେ ଯୋଗ ଦେବେ । ଖେଳାଳୀମାନଙ୍କୁ ତାଙ୍କ ପରିବାରଠାରୁ ଦୂରରେ ରହିବାକୁ କୁହାଯାଇଛି ଓ ବାୟୋ ପ୍ରୋଟେକଲ ନିୟମ ଲାଗୁ କରାଯାଇଛି । 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories