www.samajalive.in
Saturday, December 6, 2025
26.1 C
Bhubaneswar

ବଧୂହତ୍ୟା ଅଭିଯୋଗରେ ଜେଲ୍‍ ଗଲେ ଶାଶୁ, ଶ୍ୱଶୁର

ପିପିଲି: ଏକ ବଧୂହତ୍ୟା ଅଭିଯୋଗ ମାମଲାରେ ପିପିଲି ପୁଲିସ ଆଜି ଅଭିଯୁକ୍ତ ଶାଶୁ ଓ ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ୍‍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଜଟଣୀ ଗଙ୍ଗପଡା ଅଞ୍ଚଳର ତ୍ରିଲୋଚନ ସାହୁଙ୍କ କନ୍ୟା ହରପ୍ରୀୟା ଓରଫ ପୂଜା (୨୪)ଙ୍କ ବିବାହ ୩ବର୍ଷ ତଳେ ପିପିଲି ଥାନା ମାଧିପୁର ତୋଟାପଡା ଗ୍ରାମର ସତ୍ୟବ୍ରତ ସାହୁ(୩୫)ଙ୍କ ସହ ହୋଇଥିଲା। ବିବାହ ପରଠାରୁ ବିଭିନ୍ନ ସମୟରେ ହରପ୍ରୀୟାଙ୍କୁ ଶାଶୁଘର ଲୋକେ ଉଭୟ ଶାରିରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ବେଳେ ଗତ କାଲି ତଥା ୮ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ତ୍ରିଲୋଚନ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ତଦନ୍ତକାରୀ ଅଧିକାରୀ ଏସ୍‍ଆଇ ସୁରମା ସ୍ୱାଇଁ ପ୍ରମୁଖ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତା ହରପ୍ରୀୟାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲେ। ଏନେଇ ପିପିଲି ପୁଲିସରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଶ୍ୱଶୁର ଗଦାଧର ସାହୁ (୬୫) ଓ ଶାଶୁ ନେତ୍ରମଣୀ ସାହୁ (୬୦)ଙ୍କୁ ପିପିଲି ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ସ୍ୱାମୀ ସମେତ ଅନ୍ୟ ଅଭିଯୁକ୍ତ ମାନେ ଫେରାର୍‍ ଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories