www.samajalive.in
Tuesday, December 9, 2025
15.1 C
Bhubaneswar

ଚିିଟ୍‌ଫଣ୍ଡ କମିସନ : ୩୧ରେ ସାନି ବଜ୍ଞପ୍ତିର ଶେଷ ତାରିଖ, ପହଞ୍ଚିଲାଣି ଲକ୍ଷାଧିକ ସତ୍ୟପାଠ

କଟକ : ଚିିଟ୍‌ଫଣ୍ଡ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ ସାନି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲକ୍ଷାଧିକ ସତ୍ୟପାଠ ପହଞ୍ଚିଥିବା ଜଣାଯାଇଛି। ଦୈନିକ ଶହଶହ ସଂଖ୍ୟାରେ ସତ୍ୟପାଠ ଅାସୁଥିବାବେଳେ କମିସନଙ୍କ କାର୍ଯ୍ୟାଳୟରେ ଏହାକୁ ରଖିବା ପାଇଁ ସ୍ଥାନାଭାବ ଦେଖାଦେଲାଣି। ତେବେ ଡାକ ଯୋଗେ ଅାସିଥିବା ସତ୍ୟପାଠ ଜାନୁୟାରୀ ପ୍ରଥମ ସପ୍ତାହରେ ଖୋଲାଯିବା ପରେ କେତେ ସଂଖ୍ୟାରେ ସତ୍ୟପାଠ ପହଞ୍ଚିଛି, ତାହା ସ୍ପଷ୍ଟ ହୋଇଯିବ। କିନ୍ତୁ ଅାଉ ସାନି ବିଜ୍ଞପ୍ତି ପ୍ରକାଶ ପାଇବନାହି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରେ ପୁଞ୍ଜି ନିବେଶ କରି ଜମା ଟଙ୍କା ଫେରି ପାଇ ନଥିବା ଜମାକାରୀ ୨୦୧୮, ଡିସେମ୍ବର ୩୧ ତାରିଖ ସୁଦ୍ଧା କମିସନଙ୍କ ଠାରେ ସତ୍ୟପାଠ ଦାଖଲ କରି ପାରିବେ ବୋଲି ଗତ ନଭେମ୍ବର ୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରେଜିଷ୍ଟ୍ରି କିମ୍ବା ଷ୍ପିଡ୍‌ ପୋଷ୍ଟ ଜରିଆରେ ଜମାକାରୀମାନେ କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ କରି ପାରିବେ। ଜମାକାରୀ ନିଜ ନାଁ ଓ ଠିକଣା ସହ ଜମାଟଙ୍କା ସଂପର୍କିତ ତଥ୍ୟ ଓ କମ୍ପାନୀର ସବିଶେଷ ବିବରଣୀ କମିସନଙ୍କ ନିକଟରେ ଦାଖଲ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ଚାଲିଥିବା ଆନ୍ଦୋଳନ ଯୋଗୁ ସମ୍ବଲପୁର, ବରଗଡ,ସୋନପୁର,କଳାହାଣ୍ଡି,ଝାରସୁଗୁଡା,ବଲାଙ୍ଗୀର ଆଦି ବିଭିନ୍ନ ଜିଲ୍ଲାରେ ଅଦାଲତ, ପୋଷ୍ଟ ଅଫିସ ସହିତ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳାବସ୍ଥା ଲାଗି ରହିଛି। ଏପରି ସ୍ଥିତିରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ କମିସନଙ୍କ ନିକଟରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସତ୍ୟପାଠ ଦାଖଲ କରିବା ସମ୍ଭବ ହେବ ନାହିଁ ବୋଲି ଅାଲୋଚନା ହେଉଥିବାବେଳେ ସତ୍ୟପାଠ ଦାଖଲର ସମୟସୀମା ଅାଉ ବୃଦ୍ଧି କରାଯିବା ନେଇ କମିସନ କୌଣସି ନିଷ୍ପତ୍ତି ନେଇନଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଚିଟଫଣ୍ତ ଘଟଣାର ତଦନ୍ତ ପାଇଁ ଗଠିତ ବିଚାର ବିଭାଗୀୟ କମିସନଙ୍କ ଆହ୍ବାନ କ୍ରମେ ୨୦୧୩ରେ ଜମାକାରୀମାନେ ସତ୍ୟପାଠ ଦାଖଲ କରିଥିଲେ। ସେତେବେଳେ ଦାଖଲ ସତ୍ୟପାଠ ଆଧାରରେ କମିସନ୍‌ ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ କ୍ଷୁଦ୍ର ଜମାକାରୀ(୧୦ହଜାରରୁ କମ)ଙ୍କୁ ଚିହ୍ନଟ କରାଯାଉଛି। ସେହିପରି କମିସନଙ୍କ ନିର୍ଦ୍ଦେଶ ଫଳରେ ଅନେକ କମ୍ପାନୀ କମିସନଙ୍କ ଠାରେ ହାଜର ହୋଇ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରୁଥିବାବେଳେ କମିସନ ଅାସନ୍ତା ଜାନୁୟାରୀ ମାସରେ ଅାଉ ଏକ ଅନ୍ତରୀଣ ରିପୋର୍ଟ ଦେବାର ସମ୍ଭାବନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories